Mon. Aug 24th, 2026

ପୁଣି ଏକାଠି ଆସିବେ ବାହୁବଲୀ ଫେମ୍‌ ପ୍ରଭାସ ଓ ଅନୁଷ୍କା!

207 Views

ମୁମ୍ବାଇ  : ୨୦୧୭ର ବ୍ଲକବଷ୍ଟର ସିନେମା ‘ବାହୁବଲୀ-୨’ର ଚର୍ଚ୍ଚିତ ଯୋଡ଼ି ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି। ଏହି ଯୋଡ଼ିଙ୍କର ପରଦା ଉପରେ ରୋମାନ୍‌ସ ଦେଖିବାପରେ ଦର୍ଶକ ମନେ କରିଥିଲେ ଏ ଦୁହେଁ ବାସ୍ତବ ଜୀବନରେ ପରସ୍ପରର ଜୀବନସାଥୀ ହେବେ। ଏହାକୁ ନେଇ ବହୁବାର ଚର୍ଚ୍ଚା ବି ହେଲା,କିନ୍ତୁ ଏଯାବତ୍‌ ସେଭଳି କିଛି ଘଟି ନାହିଁ।

ପ୍ରଭାସ ଓ ଅନୁଷ୍କାଙ୍କ ଯୋଡିକୁ ଦର୍ଶକ ପୁଣି ଥରେ ପରଦାରେ କେବେ ଦେଖିବାକୁ ପାଇବେ,ତାହା ତ ଜଣାପଡ଼ି ନାହିଁ,ମାତ୍ର ଏ ଦୁହେଁ ଏକ କାର୍ଯ୍ୟକ୍ରମରେ ଏକାଠି ଯୋଗ ଦେବେ ବୋଲି ଜଣାଯାଇଛି। ହଁ, ଆଗାମୀ ଅକ୍ଟୋବର ମାସରେ ଲଣ୍ଡନରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ବାହୁବଲୀ-୨’ର ସ୍ପେସିଆଲ୍‌ ସ୍କ୍ରିନିଂରେ  ଏ ଦୁହେଁ ଉପସ୍ଥିତ ରହିବେ।

ଲଣ୍ଡନର ରୟାଲ୍‌ ଆଲବର୍ଟ ହଲ୍‌ରେ ଏହି ସ୍କ୍ରିନିଂ  ଆୟୋଜିତ ହେଉଛି। ଏଥିରେ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ବ୍ୟତୀତ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୌଲୀ,ସଙ୍ଗୀତ ନିର୍ଦ୍ଦେଶକ ଏମ୍‌ ଏମ୍‌ କିରଓ୍ଵାନୀ ଏବଂ ଅଭିନେତା ରାଣା ଦଗ୍ଗୁବଟ୍ଟୀ ପ୍ରମୁଖ ମଧ୍ୟ ଅଂଶ ଗ୍ରହଣ କରିବେ ବୋଲି ଜଣାଯାଇଛି।ଏଠାରେ ସୂଚନାଯୋଗ୍ୟ ଯେ ସାଉଥ୍‌ ଷ୍ଟାର୍‌ ପ୍ରଭାସଙ୍କ ନୂଆ ସିନେମା ‘ସାହୋ’ ଅଗଷ୍ଟ ୩୦ ତାରିଖରେ ରିଲିଜ୍‌ ହେଉଛି। ଏହି ସିନେମାରେ ଶ୍ରଦ୍ଧା କପୁର ପ୍ରଭାସଙ୍କ ନାୟିକା ଭୂମିକାରେ ଅଛନ୍ତି।

By amfnews

Related Post