Thu. May 14th, 2026

୨୦୦ ୟୁନିଟ୍ ଯାଏ ବିଜୁଳି ସେବା ମାଗଣା

171 Views

ନୂଆଦିଲ୍ଲୀ  : ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି କେଜ୍ରିଓ୍ୱାଲ ସରକାର ଘୋଷଣା କରିଛନ୍ତି। ଏହାପରେ ୨୦୧ ୟୁନିଟରୁ ୪୦୦ ୟୁନିଟ୍ ମଧ୍ୟରେ ବିଜୁଳି ବ୍ୟବହାର କଲେ ମୋଟ ବିଲର ମାତ୍ର ୫୦ ପ୍ରତିଶତ ଟଙ୍କା ଦେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଫ୍ରୀ ଲାଇଫଟାଇମ୍ ଇଲେକ୍ଟ୍ରିସିଟି’ ଯୋଜନା ଜରିଆରେ ଆଜିଠୁ ୨୦୦ ୟୁନିଟ୍ ବ୍ୟବହାର କରୁଥିବା ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆଉ ମାସ ଶେଷରେ ବିଲ୍ ଦେବାକୁ ପଡ଼ିବ ନାହିଁ। ଖରାଦିନରେ ଦିଲ୍ଲୀର ୨୦୦ ୟୁନିଟ ବିଜୁଳି ପାଖାପାଖି ୩୩ ପ୍ରତିଶତ ଉପଭୋକ୍ତା ବ୍ୟବହାର କରୁଛନ୍ତି। ସେହିପରି ଶୀତ ଋତୁ ସମୟରେ ଦିଲ୍ଲୀରେ ୭୦ ପ୍ରତିଶତ ଲୋକ ୨୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଥିବା ସେ କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜଧାନୀ ଦିଲ୍ଲୀ ହୋଇଛି ଦେଶର ସବୁଠାରୁ ଶସ୍ତା ବିଦ୍ୟୁତ୍ ସେବା ଯୋଗାଇ ଦେଉଥିବା ରାଜ୍ୟ।

By amfnews

Related Post