Sun. Oct 18th, 2026
250 Views

ଖୋର୍ଦ୍ଧା :  ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବାଁ ବିଲ ମୌଜାର ଏକ ବିଲରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ହାତୀଟିଏ। ଉଠିବାକୁ ବଳ ପ୍ରୟୋଗ କରୁଥିଲେ ବି ସଫଳ ହୋଇପାରୁନି। ଫଳରେ ନିରାଶ ହୋଇ କେବଳ ଗର୍ଜନ କରୁଛି ।

ଏହି ଅସୁସ୍ଥ ହାତୀଟିକୁ ଏକ ଦନ୍ତା ହାତୀ ଜଗି ରହିଛି।  ହାତୀର ଗର୍ଜନ ଶୁଣି ତାକୁ ଦେଖିବାକୁ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଜମିଥିଲା। ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ବନ ବିଭାଗ ପହଞ୍ଚି ପାରିନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଏହି ବାଁ ବିଲ ମୌଜାରେ ଏକ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ବିଷକ୍ରିୟା ଯୋଗୁ ତା’ର ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମରୁ ସ୍ପଷ୍ଟ ହୋଇଥିଲା।

By amfnews

Related Post