Thu. Jul 2nd, 2026

ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

156 Views

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗପଟିମା ଗାଁ ନିକଟସ୍ଥ ପାହାଡ଼ ଉପରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସନ୍ତୋଷ ମଲ୍ଲିକ ଓ ସଲମନ ମଲ୍ଲିକ। ଗୁଣି ଗାରେଡ଼ି ସନ୍ଦେହ ଓ ଜମି ବିବାଦରୁ ଏହି ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି। ମୃତ ଦମ୍ପତି ହେଲେ ପୁଟୁର ମଲ୍ଲିକ ଓ ତାଙ୍କ ସ୍ତ୍ରୀ।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ସନ୍ତୋଷ ଦାବି କରି ଆସୁଥିଲେ ଯେ ତାଙ୍କ ଦାଦାଙ୍କୁ ପୁଟୁର ଗୁଣି କରି ମାରିଦେଇଛି। ସେହିଭଳି ପୁଟୁରଙ୍କ ସହିତ ସଲମନଙ୍କର ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା। ତେଣୁ ଉଭୟ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ହତ୍ୟା କରିବାକୁ ପ୍ରଥମେ ଯୋଜନା ପ୍ରସ୍ତୁତ କରିଥିଲେ।

ସୋମବାର ସକାଳେ ପୁଟୁରଙ୍କୁ ଏକୁଟିଆ ପାଇ ସଲମନ ଓ ସନ୍ତୋଷ ତାଙ୍କ ଆଖିରେ ପ୍ରଥମେ ଲଙ୍କା ଗୁଣ୍ଡ ପକାଇ ଦେଇଥିଲେ। ପରେ ତାଙ୍କୁ ଭୁଜାଲିରେ ହାଣି ହତ୍ୟା କରିଥିଲେ। ଏହି ସମୟରେ ପୁଟୁରଙ୍କ ସ୍ତ୍ରୀ ପହଞ୍ଚି ଚିତ୍କାର କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ।

ଏହି ଘଟଣାରେ ପୁଲିସ୍ ଗତକାଲି ସଲମାନ ଓ ସନ୍ତୋଷଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯିବ। ସେମାନେ ପୁଲିସ୍ ନିକଟରେ ନିଜର ଦୋଷ ସ୍ୱୀକାର କରିଛନ୍ତି। ହତ୍ୟାରେ ବ୍ୟବହୃତ ଏକ ଭୁଜାଲି ସହ ରକ୍ତ ଜୁଡ଼ୁବୁଡ଼ ପୋଷାକକୁ ପୁଲିସ୍ ଜବତ କରିଛି।

By amfnews

Related Post