Thu. Oct 15th, 2026

ମାଲିକାଣୀ ଝିଅକୁ ଅପହରଣ ଓ ଦୁଷ୍କର୍ମ, ୬ ମାସ ପରେ ନାବାଳିକା ଉଦ୍ଧାର, ଅପହର୍ତା ଦମ୍ପତି ଗିରଫ

256 Views

ଖଣ୍ତଗିରି : ଜଣେ ନାବାଳିକାକୁ ଅପହରଣ ପରେ ୬ ମାସ ଲୁଚାଇ ରଖି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ଶୁକ୍ରବାର ଖଣ୍ତଗିରି ଥାନା ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଇଟାପଲାର ରାଜୁ ଗୁରୁ ଓ ଓରଫ୍‌ କ୍ରିଷ୍ଣା ନାଏକ(୨୬) ଓ ତାଙ୍କ ସ୍ତ୍ରୀ ସୁମିତ୍ରା ଗୁରୁ(୨୪)। କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବା ପରେ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଘର ଭଡ଼ାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦରୁ ଅଭିଯୁକ୍ତ ଦମ୍ପତି ଘର ମାଲିକାଣୀଙ୍କ ନାବାଳିକା ଝିଅକୁ ଅପହରଣ କରିଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆଜି ନାବାଳିକା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତ ରାଜୁ ଓ ତାଙ୍କ ସ୍ତ୍ରୀ ସୁମିତ୍ରା ଭରତପୁରରେ ସନ୍ତୋଷୀନଗର ବସ୍ତିରେ ଏକ ଭଡ଼ାଘର ନେଇ ରହୁଥିଲେ। ଭଡ଼ା ବିବାଦରୁ ମାର୍ଚ୍ଚ ୨୮ ତାରିଖ ଦିନ ମାଲିକାଣୀଙ୍କ ଝିଅକୁ ଅପହରଣ କରି ନେଇଥିଲେ। ଗୁରୁବାର ସନ୍ଧ୍ୟାରେ ନାବାଳିକା ଜଣଙ୍କ ସେମାନଙ୍କ କବଳରୁ ଖସି ଆସିଥିଲା। ପୁଲିସ ରାଜୁ ଓ ତା ସ୍ତ୍ରୀ ରହୁଥିବା କଟକର ଏକ ବସ୍ତିରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା।

By amfnews

Related Post