Thu. Sep 24th, 2026

ହିନ୍ଦୁ ପୁଅକୁ ପ୍ରେମ କରୁଥିବା ୧୮ ବର୍ଷୀୟ ମୁସଲମାନ୍‌ ଝିଅକୁ ଗଛରେ ବାନ୍ଧି ମାଡ଼

352 Views

ପାଟନା : ଜଣେ ହିନ୍ଦୁ ପୁଅକୁ ପ୍ରେମ କରିବା କାରଣରୁ ନଓ୍ଵାଡ଼ା ଜିଲ୍ଲାର ଜଣେ ୧୮ ବର୍ଷୀୟ ଝିଅକୁ ଗଛରେ ବାନ୍ଧି ତାଙ୍କ ପରିବାର ଲୋକେ ବେତ୍ରାଘାତ କରିଛନ୍ତି। ଗ୍ରାମ ପଞ୍ଚାୟତର ଆଦେଶ କ୍ରମେ ଝିଅଟି ପ୍ରତି ଏ ଭଳି ଦଣ୍ଡ ବିଧାନ କରାଯାଇଥିଲା।

ରାଜୌଲି ଥାନା ଅନ୍ତର୍ଗତ ଜୋଗିୟା ମରଣ ଗାଁ’ରେ ଘଟନାଟି ଘଟିଛି ଅକ୍ଟୋବର ୩ ତାରିଖ, ବୁଧବାର ଦିନ। ଝିଅଟିକୁ ପ୍ରାୟ ୫ ଘଣ୍ଟା ଯାଏଁ ଗଛରେ ବାନ୍ଧି ରଖାଯାଇଥିଲା।

ପ୍ରହାର କରାଯିବା ବେଳେ ମଧ୍ୟ କେହି ତାକୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ।

ମହମ୍ମଦ ଫରିଦ ଅନ୍‌ସାରିଙ୍କ ୧୮ ବର୍ଷୀୟ ଝିଅ ପଡ଼ୋଶୀ ଗାଁ’ର ରୂପେଶ କୁମାରଙ୍କ ପ୍ରେମରେ ପଡ଼ି ଯାଇଥିଲା। ଉଭୟ ବିଭା ହେବାକୁ ଚାହୁଁଥିଲେ ବି, ଝିଅର ପରିବାର ଏହାକୁ ବିରୋଧ କରୁଥିଲେ।

କୁମାର ସହିତ ରହିବାକୁ ସେପ୍ଟେମ୍ବର ୩୦ ତାରିଖ ଦିନ ଝିଅଟି ଘରୁ ଖସି ପଳାଇଥିଲା। ତାକୁ ଘରେ ନ ଦେଖି ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ।

ଝିଅ କୁମାର ସହ ଅଛି ବୋଲି ଜାଣିବା ପରେ ପରିବାର ଲୋକେ ତାକୁ ଫେରାଇ ଆଣିବାକୁ ତାଙ୍କ ଘରକୁ ଗଲେ।

ତା’ପରେ ପଞ୍ଚାୟତ ବସାଯାଇ ଝିଅ ପରିବାରକୁ ଆଦେଶ ଦିଆଗଲା କି, ଗାଁ’ର ମାନମହତ ପକାଇଥିବାରୁ ଝିଅକୁ ଦଣ୍ଡ ଦିଆଯାଉ। ଝିଅକୁ ଗଛରେ ବାନ୍ଧି ବେତ୍ରାଘାତ କରାଯାଉ।

ଘଟନା ସମ୍ପର୍କରେ ଜାଣିବା ପରେ ପୁଲିସ ଘଟନାସ୍ଥଳରେ ପହଞ୍ଚି ଥିଲା। ସେମାନେ ଝିଅର ବୟାନ ନେଇଥିଲେ। ବେଆଇନ୍‌ କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିମାନଙ୍କୁ ଗିରଫ କରା ନ ଯାଇ ଚେତବନୀ ଦିଆଯାଇଛି।

ଫେରାର ହୋଇ ଯାଇଥିବା ରୂପେଶ କୁମାରଙ୍କୁ ପୁଲିସ ଖୋଜୁଛି।

By amfnews

Related Post