Wed. Aug 12th, 2026

୮ରୁ ପାରାଦୀପକୁୁ ‌ମେମୁ ଟ୍ରେନ୍‌

236 Views

ଭୁବନେଶ୍ୱର : ପାରାଦୀପକୁ ଯାଉଥିବା ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି କଟକରୁ ପାରାଦୀପକୁ ଗଡ଼ିବ ‘ମେମୁ’(ମେନ୍‌ଲାଇନ୍‌ ଇଞ୍ଜିନ୍‌ ମଲ୍ଟିପଲ୍‌ ୟୁନିଟ୍‌) ଟ୍ରେନ୍‌। ଅକ୍ଟୋବର ୮ ତାରିଖଠାରୁ ଏହି ଟ୍ରେନ୍‌ ଚାଲିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ମେ‌ମୁ ଟ୍ରେନ୍‌ ଆରମ୍ଭ ହେବା ପରେ କଟକ-ପାରାଦୀପ-କଟକ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ୍‌ ସେବା(୫୮୫୩୫/୫୮୫୩୬)କୁ ବାତିଲ୍‌ କରାଯିବ। ବ୍ରହ୍ମପୁର-କଟକ-ବ୍ରହ୍ମପୁରକୁ ଗଡ଼ୁଥିିବା ମେମୁ ଟ୍ରେନ୍‌(୬୮୪୩୪/୬୮୪୩୩) ସେବାକୁ ପାରାଦୀପ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ବ୍ରହ୍ମପୁର-ପରାଦୀପ-ବ୍ରହ୍ମପୁର ନାମରେ ଏହା ନାମିତ ହେବ। ଟ୍ରେନ୍‌ର ଉଭୟ ପାର୍ଶ୍ୱରେ ଇଞ୍ଜିନ୍‌ ରହିଛି। ତେଣୁ ଇଞ୍ଜିନ୍‌ ବଦଳାଇବାକୁ ପଡ଼ିବ ନାହିଁ। ଦ୍ରୁତ ଗତିରେ ଚାଲୁଥିବା ଏହି ଟ୍ରେନ୍‌ ଦ୍ୱାରା ଯାତ୍ରୀମାନେ କମ୍‌ ସମୟରେ ପାରାଦୀପରେ ପହଞ୍ଚିପାରିବେ। ସୂଚନାଯୋଗ୍ୟ ଓଡ଼ିଶାରେ ପ୍ରଥମ ଥର ପାଇଁ ଗତ ଏପ୍ରିଲ୍‌ ମାସରେ ଭଦ୍ରକ ଓ ବ୍ରହ୍ମପୁର ମଧ୍ୟରେ ଏହି ଟ୍ରେନ୍‌ ଗଡ଼ିଥିଲା।

By amfnews

Related Post