Fri. May 22nd, 2026

ଦିଲ୍ଲୀର କନ୍ନଟ୍‌ ପ୍ଲେସ୍‌ରେ ଏନ୍‌କାଉଣ୍ଟର୍‌, ପୁଲିସ ଗୁଳିରେ ଦୁଇ ଆହତ

202 Views

ନୂଆଦିଲ୍ଲୀ: ବୁଧବାର ବଡ଼ି ସକାଳୁ କନ୍ନଟ ପ୍ଲେସ୍‌ ଠାରେ ଦଳେ ଅପରାଧୀ ଏବଂ ଦିଲ୍ଲୀ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟି ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି। ପୁଲିସ ଉପରକୁ ଗୁଳି ଚଳାଇଥିବା ତିନି ଚାରିଜଣ ଅପରାଧୀଙ୍କୁ ପୁଲିସ ଧରିବାରେ ସମର୍ଥ ହୋଇଛି। ୪ ଜଣିଆ ଡକାୟତ ଦଳ ଶଙ୍କର ମାର୍କେଟ୍‌ ନିକଟରେ ପୁଲିସ ଉପରକୁ ଗୁଳି ଚଳାଇଲେ। ପୁଲିସ ପାଲଟା ଗୁଳି ଚଳାଇବାରୁ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆହତ ହୋଇଛନ୍ତି।

ତିନି ଅପରାଧୀ ହେଉଛନ୍ତି ସଲିମ୍‌, ଇସ୍‌ମାଇଲ୍‌ ଏବଂ ସୌଦ। ଗୁଳି ଚୋଟ ଲାଗିଥିବାରୁ ସଲିମ୍‌ ଓ ଇସ୍‌ମାଇଲ୍‌ଙ୍କୁ ଡାକ୍ତରଖାନା ନିଆଯାଇଛି।
୪ ଅପରାଧୀଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରୁ ଖସି ପଳାଇବାରେ ସମର୍ଥ ହୋଇଛି। ଏନ୍‌କାଉଣ୍ଟର୍‌ ସମୟରେ ଅପରାଧୀ ଦଳ ମଟରସାଇକେଲ ଚଳାଉଥିଲେ।

By amfnews

Related Post