Sat. Oct 17th, 2026

ଏସୀୟ କନିଷ୍ଠ ଭାରୋତ୍ତୋଳନ, ଝିଲ୍ଲୀଙ୍କୁ ୩ ପଦକ

238 Views

ବ୍ରହ୍ମପୁର: ଦକ୍ଷିଣ କୋରିଆରେ ଚାଲିଥିବା ଏସୀୟ କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଝିଲ୍ଲୀ ଦଳବେହେରା ନିଜ ବର୍ଗରେ ୩ ପଦକ ହାସଲ କରିଛନ୍ତି। ସେଥିରେ ଗୋଟିଏ ରୌପ୍ୟ ସାଙ୍ଗକୁ ୨ କାଂସ୍ୟ ସାମିଲ ରହିଛି। ଝିଲ୍ଲୀ ୪୫ କେଜି ବର୍ଗ ସ୍ନାଚ୍‌ରେ ତୃତୀୟ ଏବଂ ମୋଟ ଭାରୋତ୍ତୋଳନରେ ତୃତୀୟ ସ୍ଥାନରେ ରହି ଗୋଟିଏ ଲେଖାଏଁ କାଂସ୍ୟ ପଦକ ଏବଂ କ୍ଲିନ୍ ଆଣ୍ଡ ଜର୍କରେ ଦ୍ବିତୀୟ ହୋଇ ରୌପ୍ୟ ପଦକ ହାସଲ କରିଛନ୍ତି।

ସୋମବାର ଏହି ପ୍ରତିଯୋଗିତାର ସ୍ନାଚ୍‌ରେ ୬୭ କେଜି, କ୍ଲିନ୍‌ ଆଣ୍ଡ ଜର୍କରେ ୮୯ କେଜି ଏବଂ ମୋଟ ଉପରେ ୧୫୬ କେଜି ଭାରୋତ୍ତୋଳନ କରି ଝିଲ୍ଲୀ ଏହି ସଫଳତା ହାସଲ କରିଛନ୍ତି। ଏହାପୂର୍ବରୁ ସେ ଚୀନ୍‌ରେ ଗତ ଏପ୍ରିଲ୍ ମାସରେ ଅନୁଷ୍ଠିତ ହୋଇଥିବା ଏସୀୟ ବରିଷ୍ଠ ଭାରୋତ୍ତୋଳନରେ ମଧ୍ୟ ରୌପ୍ୟ ପଦକ ହାସଲ କରିବାର ଗୌରବ ଅର୍ଜନ କରିଥିଲେ। ଝିଲ୍ଲୀ ପୂର୍ବରୁ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ରହି ପ୍ରଶିକ୍ଷଣ ନେଉଥିବା ବେଳେ ଏବେ ପୂର୍ବତଟ ରେଳବାଇରେ ନିଯୁକ୍ତି ପାଇଛନ୍ତି।

By amfnews

Related Post