Sun. Apr 26th, 2026

କମଳେଶ ତିଓ୍ଵାରି ହତ୍ୟାକାଣ୍ଡ: ଉଭୟ ଅଭିଯୁକ୍ତଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍‌

196 Views

ଅହମଦାବାଦ: କମଳେଶ ତିଓ୍ଵାରି ହତ୍ୟାକାଣ୍ଡ ମାମଲାରେ ଗୁଜରାଟ ଏଟିଏସ୍‌ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।ଗିରଫ ଆତତାୟୀମାନେ ହେଲେ ଅଶଫକ୍‌ ହୁସେନ୍‌ ଏବଂ ମୋଇନୁଦ୍ଦିନ ଖୁର୍ଶିଦ୍‌। ସେମାନଙ୍କୁ ଗୁଜରାଟ-ରାଜସ୍ଥାନ ସୀମାନ୍ତର ଶାମଲାଜି ନିକଟରେ ଗୁଜରାଟ ଆଣ୍ଟି-ଟେରର୍‌ ସ୍କ୍ଵାଡ୍‌ ଗିରଫ କରିଛି।

ଅକ୍ଟୋବର ୧୮ ତାରିଖ ଦିନ ହିନ୍ଦୁ ସମାଜ ପାର୍ଟିର ମୁଖ୍ୟ କମଳେଶ ତିଓ୍ଵାରିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଉଭୟ ଅଶଫକ୍‌ ଏବଂ ମୋଇନୁଦ୍ଦିନଙ୍କୁ ଖୋଜା ଚାଲିଥିଲା।ତିଓ୍ଵାରିଙ୍କୁ ହତ୍ୟା କରିଥିବା କଥା ଦୁହେଁ ସ୍ୱୀକାର କରିଛନ୍ତି। ପ୍ରଫେଟ୍‌ ମହମ୍ମଦଙ୍କ ବିଷୟରେ ମନ୍ତବ୍ୟ ଦେଇଥିବାରୁ ଅଭିଯୁକ୍ତମାନେ କମଳେଶ ତିଓ୍ଵାରିଙ୍କୁ ହତ୍ୟା କରିଛନ୍ତି ବୋଲି ପୁଲିସ କହିଛି।

ଦୁଇ ଅଭିଯୁକ୍ତ ନେପାଳକୁ ଖସି ଯାଇଥିଲେ, କିନ୍ତୁ ଟଙ୍କାପଇସା ସରିଯିବାରୁ ପୁଣି ଭାରତକୁ ଫେରି ଆସିଥିଲେ। ନଜର ରଖାଯାଇଥିବା ବନ୍ଧୁ ଓ ପରିଜନଙ୍କ ସହ ସେମାନେ ଯୋଗାଯୋଗ କରିବାରୁ ପୁଲିସ ତାଙ୍କର ଅବସ୍ଥିତି ଜାଣି ପାରିଥିଲା।ସମୁଚ୍ଚିତ ପ୍ରକ୍ରିୟା ପରେ ଗୁଜରାଟ ଏଟିଏସ୍‌ ଅଭିଯୁକ୍ତମାନଙ୍କୁ ଉତ୍ତର ପ୍ରଦେଶ ପୁଲିସକୁ ହସ୍ତାନ୍ତର କରିବ।

ଏହି ମାମଲାରେ ପୂର୍ବରୁ ମୌଲାନା ମହସିନ ଶେଖ୍‌, ଫୈଜାନ୍‌ ମେମ୍ବର ଏବଂ ରଶିଦ ପଠାନଙ୍କୁ ଗୁଜରାଟ ଏଟିଏସ୍‌ ଏବଂ ଉତ୍ତର ପ୍ରଦେଶ ପୁଲିସ ମିଳିତ ଅଭିଯାନରେ ଗିରଫ କରିଥିଲେ। ମଙ୍ଗଳବାର ଦିନ ଅଦାଲ ସେ ତିନି ଅଭିଯୁକ୍ତଙ୍କୁ ଚାରିଦିନ ସକାଶ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ସୟେଦ୍‌ ଅସିମ ଅଲିଙ୍କୁ ମହାରାଷ୍ଟ୍ର ଏଟିଏସ୍‌ ସୋମବାର ଦିନ ନାଗପୁରରୁ ଗିରଫ କରିଥିଲା।

By amfnews

Related Post