Fri. May 22nd, 2026

ଆଜି ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ଦର୍ଶନ ବନ୍ଦ

221 Views

ପୁରୀ: ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମୁଖ ଶୃଙ୍ଗାର ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେଉଥିବାରୁ ବୁଧବାର ମହାପ୍ରଭୁଙ୍କ ଦର୍ଶନ ପ୍ରାୟ ୪ ଘଣ୍ଟା ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି ଚୂଡ଼ାନ୍ତ ହୋଇଛି। ଏହି ସମୟରେ ଦର୍ଶନ ବନ୍ଦ ରହିବ। ରାତି ୮ଟାରେ ପୁନର୍ବାର ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ଶ୍ରୀମନ୍ଦିରରେ ଦିବା ପହୁଡ଼, ତିନି ଘଣ୍ଟା ଦର୍ଶନ ବନ୍ଦ
ପୁରୀ: ଶ୍ରୀମନ୍ଦିରରେ ଆଜି ଦିବା ପହୁଡ଼ ନୀତି ଅନୁଷ୍ଠିତ ହୋଇଯାଇଛି। । ଏଥି ପାଇଁ ଆଜି ଶ୍ରୀମନ୍ଦିରରେ ତିନି ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ଅପରାହ୍ଣ ସାଢ଼େ ୩ଟାରୁ ଦିବା ପହୁଡ଼ ନୀତି ଆରମ୍ଭ ହୋଇଥିଲା। ପହୁଡ଼ ଖୋଲିବା ପରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଦର୍ଶନ ସ୍ବାଭାବିକ ହୋଇଥିଲା। ମିଳିଥିବା ସୂଚନା ମୁତାବକ, ଆଜି ମଧ୍ୟାହ୍ନ ୧୨ଟା ୪୫ରୁ ୧୨ଟା ୫୫ ମଧ୍ୟରେ ପ୍ରଥମ ଭୋଗମଣ୍ଡପ ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୨ଟା ୧୦ରେ ମଧ୍ୟାହ୍ନ ଧୂପ ପରେ ୩ଟା ୧୫ରେ ଦ୍ବିତୀୟ ‌ଭୋଗମଣ୍ଡପ ଶେଷ ହୋଇଥିଲା। ଏହା ପରେ ସାଢ଼େ ୩ଟାରେ ଦିବା ପହୁଡ଼ ନୀତି ଆରମ୍ଭ ହୋଇଥିଲା। ଦିବା ପହୁଡ଼ ନୀତି ସରିବା ପରେ ସନ୍ଧ୍ୟା ୬ଟା ୧୦ରେ ଦ୍ବାର ଫିଟିଥିଲା। ସନ୍ଧ୍ୟା ୬ଟା ୩୫ରେ ଆଳତି ପରେ ଦର୍ଶନ ସ୍ବାଭାବିକ ହୋଇଥିଲା।

By amfnews

Related Post