Sat. Sep 26th, 2026

ଚୋରା ମଦ ବେପାରୀଙ୍କ ଭୁଜାଲି ଚୋଟରେ ସାମ୍ବାଦିକ ଆହତ

542 Views

ବାଲେଶ୍ୱର, ଡିସେମ୍ବର ୦୨: ଶନିବାର ରାତିରେ ଚୋରା ମଦ ବେପାରୀଙ୍କ ଭୁଜାଲି ଚୋଟରେ ଜଣେ ସାମ୍ବାଦିକ ଆହତ ହୋଇ ସୋର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।ଆହତ ସାମ୍ବାଦିକ ହେଉଛନ୍ତି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍‌ ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମର ବାସିନ୍ଦା ପ୍ରମୋଦ ରାଉତ। ପୂର୍ବରୁ ତାଙ୍କ ପରିବେଶିତ ଖବରକୁ ଆଧାର କରି ପୁଲିସ ଚୋରା ମଦ ବେପାରୀଙ୍କୁ ଗିରଫ କରିଥିଲା।

ସେହି ଆକ୍ରୋଶରେ ଗତରାତିରେ ଚୋରା ମଦ ବେପାରୀମାନେ ତାଙ୍କୁ ଗୁଡ଼ଛକରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଭୀଷଣ ଆଘାତ ଲାଗିଛି।ସୋର ପୁଲିସ ଘଟନାର ତଦନ୍ତ ଆରମ୍ଭ କରିଛି। ବାସୁଦେବପୁର ପ୍ରେସ୍‌ କ୍ଲବ୍‌, ସୋର ଇଲେକ୍ଟ୍ରୋନିକ୍ସ କ୍ଲବ୍‌ ତରଫରୁ ଏହି ଆକ୍ରମଣକୁ ନିନ୍ଦା କରାଯାଇଛି।

By amfnews

Related Post