Thu. Jul 2nd, 2026

ନୂଆ ରୂପରେ ଫେରୁଛନ୍ତି ପପୁ

304 Views

ଭୁବନେଶ୍ୱର, ଡିସେମ୍ବର ୦୨ : ଅସୁସ୍ଥତା କାରଣରୁ କିଛି ଦିନ ଧରି ଫିଲ୍ମ ଜଗତରୁ ଦୂରେଇ ଯାଇଥିବା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍‌ ଏବେ ନୂଆ ରୂପରେ ଆସୁଛନ୍ତି। ସଂଗୀତ ନିର୍ଦ୍ଦେଶନାରୁ କଳାକାର ଜୀବନ ଆରମ୍ଭ କରିଥିବା ପପୁ ଏବେ ପୁଣିଥରେ ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଚଳଚ୍ଚିତ୍ର ‘ଚିରକୁଟ୍‌’ରେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଉଥିବା ଜଣାପଡ଼ିଛି।

ନୂଆବର୍ଷରେ ପପୁ ତାଙ୍କର ଅଗଣିତ ଶୁଭେଚ୍ଛୁଙ୍କୁ ଏପରି ଉପହାର ଦେଉଥିବା ଆଲୋଚନା ହେଉଛି। ନବାଗତ ଏବଂ ଅଭିଜ୍ଞ କଳାକାରମାନଙ୍କୁ ନେଇ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରରେ ପପୁ ଚିତ୍ରନାଟ୍ୟ ,ସଂଗୀତ ଓ ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି। ଫିଲ୍ମରେ ଗୀତ ଲେଖିଛନ୍ତି ଡ଼ ଦୀପକ ଜେନା ଓ ସ୍ମୃତି। ଛବିର ସିନେମାଟୋଗ୍ରାଫର ହେଲେ ନିରଞ୍ଜନ ଦାସ।

ଆସନ୍ତା ୫ ତାରିଖରେ ଏହି ଚଳଚ୍ଚିତ୍ରର ମହୁରତ ଅନୁଷ୍ଠିତ ହେବ।ଏଥିରେ ପପୁ ଓ ତାଙ୍କ ସହଯୋଗୀମାନେ ଯୋଗଦେବେ। ପୂର୍ବର ପପୁ ଅନେକ ମଞ୍ଚ ଓ ଆଲବମ୍‌ରେ ସଂଗୀତ ନିର୍ଦ୍ଦେଶନା ଦେଇ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ଚଳଚ୍ଚିତ୍ରରେ ମଧ୍ୟ ଏହି ଧାରା ବଜାୟ ରଖିବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

By amfnews

Related Post