Thu. May 14th, 2026

ଏକାଠି ଆସିବେ ଶାହାରୁଖ୍‌ଙ୍କ ପୁଅ ଓ ଜାହ୍ନବୀଙ୍କ ଭଉଣୀ ଖୁସି

331 Views

ମୁମ୍ବାଇ   :   ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁରଙ୍କ ପରେ ଏବେ ବଲିଉଡର ନଜର ରହିଛି ଖୁସି କପୁରଙ୍କ ଉପରେ। ଖୁସି ହେଉଛନ୍ତି ଜାହ୍ନବୀଙ୍କ ସାନ ଭଉଣୀ।

ଜାହ୍ନବୀ କପୁର ନିଜର କ୍ୟାରିଅରର ଜବରଦସ୍ତ ଶୁଭାରମ୍ଭ କରିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଧଡ଼କ୍‌’ ବକ୍ସ ଅଫିସରେ କମାଲ କରିଛି। ଏହା ଶହେ କୋଟିରୁ ଅଧିକ ବ୍ୟବସାୟ କରିସାରିଛି। ଏଥିରେ ଜାହ୍ନବୀ କପୁରଙ୍କ ବିପକ୍ଷରେ ନଜର ଆସିଥିଲେ ଈଶାନ ଖଟ୍ଟର।

ଏବେ ଖୁସି କପୁର ବି ବଲିଉଡରେ ଡେବ୍ୟୁ କରୁଥିବାର ରିପୋର୍ଟ ମିଳିଛି। କୁହାଯାଉଛି ଯେ, ଖୁସିଙ୍କ ବିପକ୍ଷରେ ନାୟକ ହେବେ ବଲିଉଡର ବାଦଶାହା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌। ଏ ଦୁହିଁଙ୍କୁ ନେଇ ପ୍ରଖ୍ୟାତ ନିର୍ମାତା କରଣ ଜୋହର୍‌ ଏକ ସିନେମା ନିର୍ମାଣ କରୁଥିବାର ଖବର ମିଳିଛି।

ତେବେ ଏହାକୁ ଗୋପନୀୟ ରଖାଯାଇଛି। ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି ଯେ, ଇତିମଧ୍ୟରେ ସ୍କି୍ପ୍ଟ ପ୍ରସ୍ତୁତି ସରିଛି। ଏହି ସିନେମାରେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଓ ଶ୍ରୀଦେବୀଙ୍କ ସାନଝିଅ ଖୁସି କପୁର ଏକାଠି ନଜର ଆସିବେ। ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ଆରମ୍ଭ ହେବ ବୋଲି କୁହାଯାଉଛି।

By amfnews

Related Post