Wed. Jul 29th, 2026

କେରଳ ବନ୍ୟା ଆଣିଲା ମହାମାରୀ, ଜ୍ୱର ନେଲାଣି ୫୦ ଜୀବନ

351 Views

ଥିରୁଅନନ୍ତପୁରମ୍‌  :  ବର୍ଷା ଏବଂ ବନ୍ୟା ବିତ୍ପାତରୁ ଆଶ୍ୱସ୍ତ ହୋଇଥିବା କେରଳବାସୀ ଏବେ ବିଭିନ୍ନ ରୋଗରେ ପଡ଼ି ଅତି ଦୟନୀୟ ଜୀବନଯାପନ କରୁଛନ୍ତି। ରାଜ୍ୟବାସୀଙ୍କ ପାଇଁ ଏବେ ଲେପ୍ଟୋସପାଇରୋସିସ୍‌ (ମୂଷା ଜ୍ୱର) ମୁଣ୍ଡବିନ୍ଧାର କାରଣ ହୋଇଛି। ଏହି ଜଳବାହିତ ରୋଗ ଓ ଅନ୍ୟ ସଂକ୍ରମଣରେ ୫୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ବନ୍ୟା ସମୟରେ ହିଁ ଏହି ଜ୍ୱର ହେବାର ଆଶଙ୍କା ଅଧିକ ଥାଏ। ସଂକ୍ରମିତ ମୂଷାଙ୍କ ପରିସ୍ରା ଜଳରେ ମିଶିବା ପରେ ଏହି ସଂକ୍ରମିତ ଜଳ ସଂସ୍ପର୍ଶରେ ମଣିଷ ଆସିବା ପରେ ମୂଷା ଜ୍ୱର ହୋଇଥାଏ।

ଏହି ଜ୍ୱର ଏବେ ମହାମାରୀ ଆଡ଼କୁ ବ୍ୟାପିବାରେ ଲାଗିଛି। ଅନେକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଜ୍ୱର ହେତୁ ୩ ଜଣ ରିଲିଫ କର୍ମୀଙ୍କର ମୃତ୍ୟୁ ହୋଇ ସାରିଛି। ଗତ ୩ ଦିନ ମଧ୍ୟରେ ରାଜ୍ୟରେ ୩୦୦ରୁ ଊର୍ଧ୍ୱ ଲୋକ ଲେପ୍ଟୋସପାଇରୋସିସ୍‌ରେ ପୀଡ଼ିତ ଥିବା ରିପୋର୍ଟ ମିଳିଛି।

By amfnews

Related Post