Sun. Sep 13th, 2026

ବିଜେପିକୁ ଟାର୍ଗେଟ କରି ନୂଆ ବିବାଦ ସୃଷ୍ଟି କଲେ ସ୍ୱରା; ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ଉତ୍ସବ ମନାଉଥିଲେ ଏମାନେ!

302 Views

ମୁମ୍ବାଇ  :   କେବେ ନିଜର ବିବାଦୀୟ ଚଳଚ୍ଚିତ୍ର ପାଇଁ ତ କେବେ ଆଉ କିଛି ପାଇଁ। କିଛି ଦିନ ଅନ୍ତରରେ ଥରୁଟିଏ ଚର୍ଚ୍ଚାରେ ରହିବା ଅଭିନେତ୍ରୀ ସ୍ୱରା ଭାସ୍କରଙ୍କର ଏକ ନିତିଦିନିଆ କଥା। କିଛିଦିନ ତଳେ ସ୍ୱରା ଭାରତୀୟ ସେନାର ଯବାନଙ୍କ ସଂପର୍କରେ ଓଲଟାସିଧା ମତ ଦେଇ ସୋସିଆଲ୍‌ ମିଡିଆରେ ରହିଥିବା ବେଳେ ପୁଣି ଏକ ଚଳଚ୍ଚିତ୍ରରେ ଆପତ୍ତିଜନକ ଦୃଶ୍ୟକୁ ନେଇ ବିବାଦରେ ଆସିଥିଲେ ସ୍ୱରା। ଏବେ ସ୍ୱରାଙ୍କ ଟାର୍ଗେଟ୍‌ରେ ବିଜେପି।

ସ୍ୱରା ନିକଟରେ ଦିଲ୍ଲୀରେ ଗଣମାଧ୍ୟମରେ ନିଜର ସାକ୍ଷାତ୍‌କାର ଦେଇ ଯେଉଁ ବୟାନ ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ତାହା ହେଉଛି ‘ଏହି ଦେଶରେ ମହାତ୍ମା ଗାନ୍ଧୀଙ୍କ ପରି ବ୍ୟକ୍ତିଙ୍କ ହତ୍ୟା ହୋଇଛି। ସେ ସମୟରେ ବି ଲୋକେ ତାଙ୍କ ମୃତ୍ୟୁର ଖୁସି ମନାଉଥିଲେ। ଆଜି ସେଇମାନେ କ୍ଷମତାରେ ଅଛନ୍ତି। ସେ ସମସ୍ତଙ୍କୁ ଜେଲ୍‌ରେ ପୂରାଇ ଦେବା ଉଚିତ କି? ନା, ନା? ନିଶ୍ଚିତ ଭାବେ ନା। ସ୍ୱରା ଏପରି ଆକ୍ଷେପ ବିଜେପି ସରକାରଙ୍କୁ କରିଥିବା ସ୍ପଷ୍ଟ ଜାଣିହେଉଛି।

By amfnews

Related Post