Fri. Jul 3rd, 2026

ଇସ୍ତଫା ଦେବେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ!

273 Views

ଚେନ୍ନାଇ  :  ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ ନିଜ ପଦବୀରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଏକ ନୈଶ୍ୟ ଭୋଜିରେ ଯୋଗ ଦେବାପରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ ଏଭଳି କରୁଥିବା ଜଣାଯାଇଛି। ନୈଶ୍ୟ ଭୋଜିର ଆୟୋଜନ କରିଥିଲେ ଛଅଜଣ ବିଚାରପତି। ସେମାନଙ୍କ ମଧ୍ୟରେ ଦୁଇଜଣ ଅତିରିକ୍ତ ବିଚାରପତି ଥିଲେ ଯେଉଁମାନଙ୍କୁ କିଛି ଦିନତଳେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ଏହି ନୈଶ୍ୟ ଭୋଜିର ଆୟୋଜନ ଗତ ଦୁଇ ଦିନ ତଳେ ଚେନ୍ନାଇର ଜୁଡିସିଆଲ ଏକାଡେମି ପରିସରରେ ହୋଇଥିଲା।

ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ ନିଜ ପଦବୀରୁ ଇସ୍ତଫା ଦେଇ ପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହାର କାରଣ ବି ଜଣାଯାଇଛି। ତାହା ହେଲା ଯେ ତାଙ୍କୁ ମେଘାଳୟ ଉଚ୍ଚ ନ୍ୟାୟାଳୟକୁ ବଦଳି କରାଯାଇଛି।

By amfnews

Related Post