Wed. Sep 30th, 2026

ପିତାପୁତ୍ର ବିବାଦ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ବାପ ଓ ଦୁଇ ପୁଅ

217 Views

କେନ୍ଦ୍ରାପଡ଼ା  : ଶନିବାର ସକାଳ ପ୍ରାୟ ୯: ୩୦ ମିନିଟ୍‌ରେ କେନ୍ଦ୍ରାପଡ଼ା ସହର ଅନ୍ତର୍ଗତ ମହିପାଳ ଗ୍ରାମରେ ଜଣେ ବାପା ଓ ତାଙ୍କ ଦୁଇପୁଅ ମାଡ଼ପିଟ୍‌ ହୋଇ ସାଙ୍ଘାତିକ ଆହତ ହୋଇଛନ୍ତି।

କୁହାଯାଉଛି, ଟଙ୍କାପଇସା କଥାରୁ ୬୫ ବର୍ଷିୟ ପ୍ରଫୁଲ୍ଲ ସାହୁ ଏବଂ ତାଙ୍କ ବଡ଼ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ବଡ଼ପୁଅ ଗୋଟାଏ ସାଇଲେନ୍‌ସର୍‌ ପାଇପ୍‌ରେ ବାପା ପ୍ରଫୁଲ୍ଲଙ୍କୁ ପିଟି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ଏହା ଦେଖି ସାନପୁଅ ବଡ଼ଭାଇଙ୍କୁ ମାଡ଼ ମାରିବାରୁ ଉଭୟଙ୍କ ମଧ୍ୟରେ ବାଡ଼ିଆପିଟା ଲାଗିଲା। ପ୍ରଫୁଲ୍ଲ ମଧ୍ୟ ସାନପୁଅ ସହ ଯୋଗ ଦେଇ ବଡ଼ପୁଅକୁ ମାରଧର କରିଥିଲେ। ଫଳରେ ତିନିହେଁ ଲହୁଲୁହାଣ ହୋଇ ପଡ଼ିଥିଲେ। ତିନିଜଣଙ୍କର ମୁଣ୍ଡ ଫାଟି ଯାଇଛି।

ଚିକିତ୍ସା ନିମନ୍ତେ ପ୍ରଥମେ ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଟାଉନ୍‌ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

By amfnews

Related Post