Fri. Jul 3rd, 2026

ଜମ୍ମୁ ଓ କଶ୍ମୀର: ସାପୋର ଆତଙ୍କବାଦୀ ଆକ୍ରମଣରେ ଟିକିଝିଅ ସମେତ ଚାରି ଜଣ ଆହତ

258 Views

ଶ୍ରୀନଗର : ଶନିବାର ଦିନ ଜମ୍ମୁ ଓ କଶ୍ମୀରର ସାପୋର୍‌ ଜିଲ୍ଲା ଅନ୍ତର୍ଗତ ଦାଙ୍ଗେର୍‌ପୋରା ଅଞ୍ଚଳରେ ଆତଙ୍କବାଦୀମାନେ ନିର୍ମମ ଭାବେ ଗୁଳି ଚଳାଇବାରୁ ଗୋଟିଏ ଟିକିଝିଅ ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

ଜମ୍ମୁ ଓ କଶ୍ମୀର ପୁଲିସ ଟୁଇଟ୍‌ କରିଛି: ଆତଙ୍କବାଦର ନିର୍ଦ୍ଦୟ କାଣ୍ଡରେ ସୋପୋରର ଦାଙ୍ଗେର୍‌ପୋରା ଗାଁରେ ଆତଙ୍କବାଦୀମାନେ ଗୁଳି ଚଳାଇ ଉସ୍‌ମାନ୍‌ ଜାନ୍‌ ନାମ୍ନା ଜଣେ ଟିକିଝିଅ ସମେତ ଚାରି ଜଣ ବ୍ୟକ୍ତିଙ୍କୁ ଆହତ କରିଛନ୍ତି।

ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଆହତମାନଙ୍କର ଅବସ୍ଥା ସ୍ଥିର ଥିବା କଥା ଟୁଇଟ୍‌ କରି ଜଣେ ପୁଲିସ ମୁଖପାତ୍ର ଲେଖିଛନ୍ତି।
ଏବେ ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଅଛି। ଘଟଣାର ତଦନ୍ତ ଚାଲିଛି। ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପରିପ୍ରେକ୍ଷୀରେ ସମଗ୍ର ୧୦ଟି ଜିଲ୍ଲାରେ ଅନ୍ୟୂନ ପାଞ୍ଚଟି ଟର୍ମିନାଲ୍‌ରେ ଇଣ୍ଟର୍‌ନେଟ୍‌ କିଓସ୍କ ବସାଯାଇଛି। ସେମିତି ଶ୍ରୀନଗର ସହରସ୍ଥିତ ଟୁରିଷ୍ଟ୍‍ ରିସେପ୍‌ସନ୍‌ ସେଣ୍ଟର୍‌ରେ ନଅଟି ଟର୍ମିନାଲ୍‌ ଥିବା ଏୟାର୍‌ଲାଇନ୍‌ ନିମନ୍ତେ ଇଣ୍ଟର୍‌ନେଟ୍‌ କାଉଣ୍ଟର୍‌ ଖୋଲାଯାଇଛି। ସମସ୍ତ ସ୍ଥାନରେ ଖୋଲାଯାଇଥିବା କିଓସ୍କଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି।

By amfnews

Related Post