Fri. Jul 24th, 2026
199 Views

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ବଳିବିନ୍ଧା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଗୋଟିଏ ପରିବାରର ୧୪ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସମେତ ତାଙ୍କର ସାତ ଭାଇ ଘରେ ଶୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ପୁର୍ଣ୍ଣଚନ୍ଦ୍ର ଶୌଚ ହେବା ପାଇଁ ବାହାରକୁ ଉଠିଥିଲା ବେଳେ ଚାଳ ଛପର ଘରୁ ନିଆଁ ବାହାରୁଥିବା ଦେଖି ପରିବାର ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇ ନଥିଲେ। ଶେଷରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ୧୪ ବଖରା ପୋଡି ପାଉଁଶ ହୋଇଯାଇଥିଲା।

By amfnews

Related Post