Fri. Jun 12th, 2026

ରାଜଧାନୀରେ ଦେହ ବେପାର ଘଟଣାର ଖୋଳତାଡ଼, ଆଉ ଜଣେ ଗିରଫ

237 Views

ଭୁବନେଶ୍ୱର : ରାଜଧାନୀରେ ବାଂଲାଦେଶୀ ସେକ୍ସ ରାକେଟ୍ ଚାଲିଥିବା ଘଟଣାର ତନାଘନା କରି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ଗତକାଲି ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଛି।  ଆଜି ପ୍ରଶାନ୍ତ ପରିଡ଼ା  ନାମକ ଯୁବକଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ପୁଲିସ୍‌

ଗତ କିଛି ଦିନ ଧରି  ରାକେଟର କିଙ୍ଗିପିନ୍ ଅଞ୍ଜଳି ଓ ଇବ୍ରାହିମ ପୁଲିସ୍‌ ସ୍କାନରରେ ଥିଲେ। ଗତକାଲି ସେମାନଙ୍କୁ ପିପିଲି ଦାନଗୋହିରି ନିକଟରୁ  ଗିରଫ କରିଥିଲା କ୍ରାଇମବ୍ରାଞ୍ଚ୍ ଏସଟିଏଫ୍। ଆଜି ଗିରଫ ହୋଇଥିବା ପ୍ରଶାନ୍ତ  ଇବ୍ରାହିମର ମୁଖ୍ୟ ସହଯୋଗୀ ବୋଲି  ଜଣାପଡ଼ିଛି। ସେ ବାଂଲାଦେଶରୁ ଯୁବତୀମାନଙ୍କୁ  ଆଣି ଓଡ଼ିଶାରେ ପହଞ୍ଚାଉଥିଲେ।

ରାଜଧାନୀରେ ଖୁଲ୍ଲମଖୁଲ୍ଲା ଦେହ ବ୍ୟବସାୟର ପସରା ମେଲାଇ ଉଭୟ କମିଶନରେଟ୍ ପୁଲିସ୍‌ର ହୋସ୍ ଉଡାଇ ଦେଇଥିଲେ।ଏମାନଙ୍କ ଦ୍ୱାରା ପରିଚାଳିତ ରାକେଟର ଆଉ ୬ ଦେହଜୀବୀଙ୍କୁ ବି ଉଠାଇ ନେଇ ପଚରାଉଚରା କରୁଛି ପୁଲିସ୍‌। ଚଢ଼ଉ ବେଳେ ଜବତ ଡାଏରୀରୁ ବହୁ ନାଁ ଓ ଫୋନ୍‌ ନମ୍ବର ମିଳିଥିବା ବେଳେ ତାକୁ ନେଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

ରାଜଧାନୀରେ ବାଂଲାଦେଶୀ ସେକ୍ସ ରାକେଟ୍ ବେଶ୍ ସକ୍ରିୟ ଥିବା ନେଇ ଗତ କିଛି ଦିନ ତଳେ କମିଶନରେଟ୍ ପୁଲିସ୍‌କୁ ମିଳିଥିଲା ଠୋସ୍ ସୁରାକ। ଜଣେ ରୂପଜୀବୀ ହୋଟେଲ ମ୍ୟାନେଜରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଏ ରାକେଟର ପର୍ଦ୍ଦାଫାସ ହୋଇଥିଲା।

By amfnews

Related Post