Sun. Oct 18th, 2026

ଶ୍ୱଶୁର ଘରେ ଆଖି ବୁଜିଲେ ଟପ୍‌ ନକ୍ସଲ ନେତା ପାପା ରାଓ

221 Views

ମାଲକାନଗିରି : ଟପ୍‌ ନକ୍ସଲ ନେତା ପାପା ରାଓଙ୍କ ମୃତ୍ୟୁ ହୋଇଛି। ପାପାଙ୍କୁ ଧରାଇ ଦେଲେ କିମ୍ବା ଏନକାଉଣ୍ଟର କଲେ ୨୫ ଲକ୍ଷ ଟଙ୍କା ମିଳିବ ବୋଲି ଛତିଶଗଡ଼ ସରକାର ଘୋଷଣା କରିଥିଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ନେତା ଥିଲେ ପାପା।

କିଛିଦିନ ହେବ ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଗତ ୪ ଦିନ ହେବ ଶ୍ୱଶୁର ଘରେ ଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ର ଟପ୍‌ ଲିଡର ରମନ୍ନାଙ୍କ ମୃତ୍ୟୁ ପରେ ସବୁ ଦାୟିତ୍ୱ ପାପା ହିଁ ସମ୍ଭାଳୁଥିଲେ । ରମନ୍ନାଙ୍କ ଡାହାଣ ହାତ ଭାବେ କାମ କରୁଥିଲେ ପାପା।

ଅନେକ ବଡ଼ ବଡ଼ ନକ୍ସଲ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଥିଲେ ପାପା। ସେଥିମଧ୍ୟରୁ ତାଡ଼ମେଟଲା ଜଙ୍ଗଲରେ ୭୬- CRPF ଯବାନଙ୍କୁ ଆମ୍ବୁସ ବିଛାଇ ମାରିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ ପାପା। ସୁରକ୍ଷା କର୍ମୀଙ୍କ ଗାଡ଼ିକୁ ଉଡାଇବା ଭଳି ଅନେକ ବଡ଼ ବଡ଼ ହିଂସାକାଣ୍ଡ ଘଟାଇବାରେ ପାପାର ମୁଖ୍ୟ ଭୂମିକା ଥିଲା।

ଛତିଶଗଡ଼ ସୁକମା ଜିଲ୍ଲା ଅନ୍ତର୍ଗତ ନିର୍ମଲାଗୁଡା ଗାଁରେ ପାପାଙ୍କ ଜନ୍ମ ହୋଇଥିଲା। ତେବେ ପ୍ରଥମେ ସେ ବସ୍ତର ନକ୍ସଲ ସଙ୍ଗଠନରେ ସାମିଲ ଥିଲେ। ୨୦୧୦ ମସିହାରୁ ସବୁ ବଡ଼ ବଡ଼ ହିଂସାକାଣ୍ଡରେ ମାଷ୍ଟର ମାଇଣ୍ଡ ଥିଲେ ପାପା।

By amfnews

Related Post