Tue. Sep 29th, 2026

୯୨ତମ ଜନ୍ମଦିନରେ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

305 Views

ନୂଆଦିଲ୍ଲୀ: ଶୁକ୍ରବାର ଦିନ ବରିଷ୍ଠ ଭାରତୀୟ ଜନତା ପାର୍ଟି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ୯୨ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇବା ସହ ଭାରତୀୟଙ୍କୁ ସଶକ୍ତ କରିବାରେ ତାଙ୍କର ଅବଦାନ ପାଇଁ ପ୍ରଶଂସା କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ଆଡ଼ଭାନୀଙ୍କ ଘରକୁ ଯାଇଥିଲେ। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି: ଆମ ନାଗରିକମାନଙ୍କୁ ସଶକ୍ତ କରାଇବାରେ ପଣ୍ଡିତ, ରାଜନୀତିଜ୍ଞ ଏବଂ ଅନ୍ୟତମ ବରିଷ୍ଠ ସମ୍ମାନଷ୍ପଦ ନେତା ଶ୍ରୀ ଲାଲ୍‌ କୃଷ୍ଣ ଆଡ଼ଭାନୀଙ୍କ ଅସାଧାରଣ ଅବଦାନ ନିମନ୍ତେ ତାଙ୍କୁ ଭାରତ ସଶ୍ରଦ୍ଧ ସ୍ମରଣ ରଖିବ। ଜନ୍ମଦିନରେ ସମାନଷ୍ପଦ ଆଡ଼ଭାନୀଙ୍କୁ ମୋର ଅଭିନନ୍ଦନ ଜଣାଉଛି ଏବଂ ତାଙ୍କର ଦୀର୍ଘ ନିରାମୟ ଜୀବନ ଲାଗି ପ୍ରାର୍ଥନା କରୁଛି।

ବର୍ଷ ବର୍ଷ ଧରି ଭାରତୀୟ ରାଜନୀତିରେ ବିଜେପିର ଦୃଢ଼ ଉତ୍ଥାନ ଲାଗି ତାଙ୍କର ଅବଦାନ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
ସେ କହିଛନ୍ତି: ବିଜେପିକୁ ରୂପ ଓ ଶକ୍ତି ଦେବା ଲାଗି ଶ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଦଶନ୍ଧି ଦଶନ୍ଧି ଧରି କଠୋର ପରିଶ୍ରମ କରିଛନ୍ତି। ଭାରତୀୟ ରାଜନୀତିରେ ଯଦି ଆମ ଦଳ ମୁଖ୍ୟ ମେରୁ ହୋଇଛି ତାହା ଆଡ଼ଭାନୀଙ୍କ ପରି ନେତା ଏବଂ ତାଙ୍କଦ୍ୱାରା ପାଳିତ ନିସ୍ୱାର୍ଥ କାର୍ଯ୍ୟକର୍ତ୍ତାଙ୍କ ଯୋଗୁଁ।

୧୯୨୭ ମସିହା ନଭେମ୍ବର ୮ ତାରିଖରେ ଜନ୍ମିତ ବିଜେପିର ଅନ୍ୟତମ ସବୁଠୁ ବରିଷ୍ଠ ରାଜନେତା ହେଉଛନ୍ତି ଆଡ଼ଭାନୀ। ସେ ବିଜେପିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଏବଂ ଦୀର୍ଘକାଳ ଦଳର ଅଧ୍ୟକ୍ଷ ଆସନ ଅଳଙ୍କୃତ କରିଥିବା ବ୍ୟକ୍ତି।

By amfnews

Related Post