Tue. Sep 29th, 2026

ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ‘ବୁଲ୍‌ବୁଲ୍‌’

265 Views

ଭୁବନେଶ୍ୱର : ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ‘ବୁଲ୍‌ବୁଲ୍‌’। ପାଣିପାଗ ବିଭାଗର ଆକଳନ ଅନୁସାରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ‘ବୁଲ୍‌ବୁଲ୍‌’ ଅତିକ୍ରମ କରିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

IMD ଡିଜି କହିଛନ୍ତି, ପୂର୍ବାହ୍ନରେ ପାରାଦୀପଠାରୁ ୩୫୦କି.ମି. ଦୂରରେ ଥିଲା ‘ବୁଲ୍‌ବୁଲ୍‌’। ଘଣ୍ଟାକୁ ୧୨ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି ।  ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ୩୫ରୁ ୪୫ କିମି ବେଗରେ ପବନ ବହୁଛି। କାଲି ସକାଳେ ପବନ ବେଗ ୫୫ରୁ ୭୫ କିମି ପର୍ଯ୍ୟନ୍ତ ବଢ଼ିବ। କାଲି ଦ୍ୱିପ୍ରହରରୁ ସନ୍ଧ୍ୟା ଯାଏ ପବନ ବେଗ ୭୦ରୁ ୯୦ କିମି ଛୁଇଁବ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ  ବି ପବନ ହେବ।

By amfnews

Related Post