Fri. Jul 3rd, 2026

୮ଘଣ୍ଟା ବନ୍ଦ ଡବ୍ଦାରେ ରହିବି ଜୀବିତ ରହିଲା ନବଜାତ, ଡାକ୍ତର କରିଥିଲେ ମୃତ ଘୋଷଣା

310 Views

ନୂଆଦିଲ୍ଲୀ: ‘ଯାହାକୁ ରଖିବ ଅନନ୍ତ କେ କରି ପାରିବ ବଳବନ୍ତ’ ବୋଲି କଥାରେ ଅଛି। ଏଭଳି ଏକ ଘଟଣା ଚେନ୍ନାଇରେ ଦେଖିବାକୁ ମିଳିଛି। ୮ଘଣ୍ଟା ଡବ୍ଦାରେ ନବଜାତ ଶିଶୁବନ୍ଦ ରହିବା ପରେ ଜୀବିତ ରହିଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟ କଥା ହେଉଛି ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି।

ସୂଚନାଯୋଗ୍ୟ, ଏଠାକାର ଏକ ହସ୍‌ପିଟାଲ୍‌ରେ ଶିଶୁର ଜନ୍ମ ହୋଇଥିଲା। ଡାକ୍ତର ଉକ୍ତ ଶିଶୁକୁ ମୃତ ବୋଲି ଘୋଷଣା କରିଥିଲେ। ଏହାପରେ ଶିଶୁକୁ ଥରମାକୋଲ ଡବ୍ଦାରେ ସିଲ କରି ପରିବାର ଲୋକଙ୍କୁ ଦିଆଯାଇଥିଲା। କିନ୍ତୁ ପୂରା ୮ଘଣ୍ଟା ପରେ ପରିବାର ଉକ୍ତରଶିଶୁକୁ ଜୀବିତ ପାଇଥିଲେ।

ଆନ୍ଧ୍ରପ୍ରଦେଶରେ ବସବାସ କରୁଥିବା ସୁରେଖା ଜାନୁଆରି ୬ ତାରିଖରେ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସାଧାରଣ ପ୍ରସବରେ ଶିଶୁ ପ୍ରିମେଚୋର ଜନ୍ମ ହୋଇଥିଲା ଓ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହାପରେ ଶିଶୁକୁ ଥରମାକୋଲ ଡବ୍ଦାରେ ସିଲ କରି ପରିବାରଲୋକଙ୍କୁ ଦେଇ ଦେଇଥିଲେ। ୮ଘଣ୍ଟା ପରେ ପରିବାରଲୋକ ଶିଶୁର ଅନ୍ତିମ ସଂସ୍କାର ପାଇଁ ଯାଉଥିବା ସମୟରେ ହଠାତ ଶିଶୁଟିର ଡବ୍ଦା ଭିତରୁ କାନ୍ଧିବା ସ୍ୱର ଶୁଣିବାକୁ ମିଳିଥିଲା। ଏହାପରେ ଡବ୍ଦା ସହ ଶିଶୁୁକୁ ହସ୍‌ପିଟାଲ ନିଆ ଯାଇଥିଲା। ହସ୍‌ପିଟାଲ୍‌ ନେବାରେ ତିନିଘଣ୍ଟା ସମୟ ଲାଗିଥିଲା। ଡାକ୍ତର ଶିଶୁର ଚକିତ୍ସା କରିବା ପରେ ଶିଶୁଟି ସୁସ୍ଥ ଥିବା କଥା କହିଥିଲେ। ଏବେ ଶିଶୁକୁ ୩ମାସ ହୋଇଯାଇଛି। ଏବଂ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି।

By amfnews

Related Post