Mon. Sep 28th, 2026

୬୦ରୁ ଊର୍ଦ୍ଧ୍ୱ ହାଟଚାଳି ଜଳିଗଲା

390 Views

ନିଆଳି : କଟକ ଜିଲ୍ଲା ନିଆଳି ସାପ୍ତାହିକ ହାଟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୬୦ରୁ ଅଧିକ ଚାଳି ଜଳିଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଆଜି ସାପ୍ତାହିକ ହାଟ ଥିବାରୁ ଜିନିଷପତ୍ର ଧରି ହନ୍ତସନ୍ତ ହୋଇଛନ୍ତି ବ୍ୟବସାୟୀ। ପୂର୍ବରୁ ଏହି ହାଟରେ ଚାରି ଥର ନିଆଁ ଲାଗିଥିବା ଜଣାଯାଇଛି।

By amfnews

Related Post