Wed. Sep 9th, 2026

୫୪ ବର୍ଷରେ ପଦାର୍ପଣ କଲେ ଅମିତ ଶାହା; ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ନେତୃବୃନ୍ଦ

242 Views

ନୂଆଦିଲ୍ଲୀ, ଅକ୍ଟୋବର, ୨୨: ସୋମବାର ଦିନ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ନେତୃବୃନ୍ଦ ଏବଂ କେତେକ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଶାହାଙ୍କୁ କଠିନ ପରିଶ୍ରମ ପାଇଁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନେତୃତ୍ୱକୁ ଦଳର ସମ୍ପତ୍ତି ବୋଲି କହିଛନ୍ତି। ଅମିତ ଶାହାଙ୍କ ନେତୃତ୍ୱରେ ଦଳ ସମଗ୍ର ଦେଶରେ ବ୍ୟାପି ଯାଇଛି ବୋଲି ସେ ଟୁଇଟ୍‌ କରି କହିଛନ୍ତି।

ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ମଧ୍ୟ ସୋମବାର ଦିନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଟୁିଇଟର୍‌ ଯୋଗେ ତାଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

୧୯୬୪ ମସିହା ଅକ୍ଟୋବର ୨୨ ତାରିଖ ଦିନ ଅମିତ ଶାହା ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ବିଜେପି ୨୦୧୬ରେ ମହାରାଷ୍ଟ୍ର, ହରିୟାଣା, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ ଏବଂ ଆସାମ ଆଦି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲା। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୁଜରାଟରେ ବିଜେପିର ବିପୁଳ ବିଜୟ ତାଙ୍କ ଯୋଗୁଁ ହିଁ ସମ୍ଭବ ହେଲା।

By amfnews

Related Post