Tue. Sep 29th, 2026

ଯାତ୍ରୀବାହୀ ବସ୍‌ ଓଲଟି ୩ ଆହତ

215 Views

ଜଳେଶ୍ୱର, ଅକ୍ଟୋବର, ୨୨: ସୋମବାର ଭୋର୍‌ ପ୍ରାୟ ୫ଟା ସମୟରେ ରାଇବଣିଆ ଥାନା ଅଞ୍ଚଳ ରାସ୍ତାରେ ଥିବା କବାଟଘାଟି ନିକଟରେ ଗୋଟିଏ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ୩ ଜଣ ଯାତ୍ରୀ ଆହତ ହୋଇ ଛନ୍ତି।

ଆହତ ଯାତ୍ରୀମାନଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏ ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳି ପାରି ନାହିଁ।

‘କ୍ଷୀରଚୋରା’ ନାମକ ସେ ଘରୋଇ ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ୱରରୁ ପଶ୍ଚିମବଙ୍ଗର ଖଡ଼ିକା ଅଭିମୁଖେ ଯାଉ ଥିଲା। ସେଥିରେ ପ୍ରାୟ ୪୦ ସରିକି ଯାତ୍ରୀ ଥିଲେ। ସେ ଗ୍ରାମ ସଡ଼କରେ ଅନ୍ୟ ଗୋଟିଏ ଗାଡ଼ିକୁ ଅତିକ୍ରମ କରାଇ ବାକୁ ବାଟ ଛାଡ଼ିବା ବେଳେ ବସ୍‌ଟି ସନ୍ତୁଳନ ରକ୍ଷା କରି ନ ପାରି ରାସ୍ତା ପାର୍ଶ୍ୱରେ ଥିବା ଗଛବୃଚ୍ଛ ଉପରେ ଆଉଜି ରହି ଯାଇଥିଲା।

ସ୍ଥାନୀୟ ଲୋକେ ଏବଂ ରାଇବଣିଆ ପୁଲିସ ଘଟନା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରି ଥିଲେ। ଆହତ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

By amfnews

Related Post