Thu. Jun 11th, 2026

୩୦ଜଣଙ୍କୁ କାମୁଡ଼ିଲା ପାଗଳା କୁକୁର

325 Views

ରାଉରକେଲା :  ରାଉରକେଲା ଡେଲି ମାର୍କେଟ ଅଞ୍ଚଳରେ ପାଗଳା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ପାଗଳା କୁକୁର କାମୁଡ଼ାରେ ୩୦ ଜଣ ଆହତ ହୋଇଛନ୍ତି।ସେମାନଙ୍କୁ  ଗତକାଲି  ରାଉରକେଲା ସରକାରୀ  ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବେ ସମସ୍ତେ  ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।

ସମସ୍ତଙ୍କ ଗୋଡ଼, ହାତକୁ ଏହି ପାଗଳା କୁକୁର କାମୁଡ଼ି କ୍ଷତାକ୍ତ କରିଛି। ଆହତଙ୍କ ମଧ୍ୟରେ ବୟସ୍କ , ଛୋଟ ପିଲା ମଧ୍ୟ ଅଛନ୍ତି।

ସୂଚନାଯୋଗ୍ୟ, ଗତକାଲି  ଦିନରେ ଦୁଇଟି ପାଗଳା କୁକୁର  ପ୍ରାୟ ୨୫ ଜଣଙ୍କୁ କାମୁଡ଼ି କ୍ଷତାକ୍ତ କରିଥିବା ବେଳେ ରାତିରେ ଆଉ ପାଞ୍ଚ ଜଣଙ୍କୁ କାମୁଡ଼ିଥିଲା। ତେବେ ମହାନଗର ନିଗମ ଏହି ପାଗଳା କୁକୁରକୁ ଧରିବାକୁ କୌଣସି ପଦକ୍ଷେପ ନେଇ ନ ଥିବା  ଜଣାପଡ଼ିଛି। ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

By amfnews

Related Post