Fri. May 22nd, 2026

ଆମ୍ବଗଛରେ ଫାଶୀ ଦେଇଥିବା ପ୍ରେମିକ ଓ ପ୍ରେମିକାଙ୍କ ଶବ ଉଦ୍ଧାର

269 Views

ଜୟପୁର: କୋରାପୁଟ ଜିଲ୍ଲା ବରିଗୁମ୍ମା ବ୍ଲକ୍‌ ଅନ୍ତର୍ଗତ କୁନ୍ଦାରିଗୁଡ଼ା ଗାଁ ପାଖ ପାହଡ଼ତଳ କାଜୁବାଦାମ ବଣ ପାଖ ବିଲରେ ଥିବା ଗୋଟାଏ ଆମ୍ବଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣେ ପ୍ରେମିକ ଓ ତାଙ୍କ ପ୍ରେମିକାଙ୍କ ଶବ ରବିବାର ସକାଳେ ଉଦ୍ଧାର କରାଯାଇଛି।

ମୃତ ଯୁବତୀ ହେଉଛନ୍ତି ୨୨ ବର୍ଷୀୟ ଲକ୍ଷ୍ମୀ ଗୌଡ଼ ଏବଂ ତାଙ୍କ ୨୫ ବର୍ଷିୟ ପ୍ରେମିକ ରଘୁନାଥ ଗୌଡ଼। ଉଭୟଙ୍କ ଘର କୁନ୍ଦାରିଗୁଡ଼ା ଏବଂ ଦୀର୍ଘ ଦିନ ହେବ ପରସ୍ପରଙ୍କ ମଧ୍ୟରେ ସ୍ନେହ ସମ୍ପର୍କ ଥିଲା, କିନ୍ତୁ ଏବେ ଲକ୍ଷ୍ମୀଙ୍କ ବାହାଘର ପାଇଁ ଅନ୍ୟତ୍ର ପ୍ରସ୍ତାବ ଚାଲିଥିଲା।

ଉଭୟ ଗତସନ୍ଧ୍ୟା ପୂର୍ବରୁ ଘରୁ ପଳାଇ ଯାଇଥିଲେ।

ଆଜି ସକାଳୁ ଜାଳପତ୍ର ଯୋଗାଡ଼ କରିବାକୁ କିଛି ଗ୍ରାମବାସୀ ବଣକୁ ଯାଉଥିବା ବେଳେ ଉଭୟଙ୍କ ଶବ ଆମ୍ବଗଛରେ ଓହଳିଥିବା ଦେଖିଥିଲେ।
ଘଟଣାସ୍ଥଳରେ ବରିଗୁମ୍ମା ପୁଲିସ ପହଞ୍ଚି ଗଛରୁ ଶବ ଓହ୍ଲାଇବା ସହ ବ୍ୟବଚ୍ଛେଦ ଲାଗି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

By amfnews

Related Post