Tue. Sep 29th, 2026

୩ରେ ହାଇକୋର୍ଟ ବିଚାରପତିଙ୍କୁ ଭେଟିବେ ବିଧାୟକ

326 Views

ସମ୍ବଲପୁର, ଡିସେମ୍ବର ୨୮ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଜାନୁଆରି ୩ ତାରିଖରେ ବିଧାୟକମାନେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିବେ । ଏହା କହିଛନ୍ତି ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ। ବର୍ତ୍ତମାନ ପର୍ଯ୍ୟନ୍ତ ଝାରସୁଗୁଡ଼ା ବିଧାୟକ ଏବଂ ସମ୍ବଲପୁର ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କ ଏଥିରେ ଭେଟିବା କାର୍ଯ୍ୟକ୍ରମ ରହିଛି। ଅନ୍ୟ ବିଧାୟକମାନଙ୍କ ଭେଟିବା ପାଇଁ ସାମିଲ କରାଯିବ। ୨୭ ଜୁଲାଇ ୨୦୧୫ ମସିହାରେ ହାଇକୋର୍ଟ ବେଞ୍ଚ ନେଇ ମତ ଦେବା ପାଇଁ ତତକାଳୀନ ଆଇନମନ୍ତ୍ରୀ ସଦାନନ୍ଦ ଗୌଡ଼ ହାଇକୋର୍ଟକୁ କହିଥିଲେ।

ଏହାର ଜବାବରେ ୨୦୧୫ ମସିହା ଅଗଷ୍ଟ ମାସ ୨ ତାରିଖରେ ତତକାଳୀନ ବିଚାରପତି କହିଥିଲେ, ହାଇକୋର୍ଟ ବେଞ୍ଚ ନେଇ ପାଲ କମିସନ ଗଠନ ହୋଇଛି। ପାଲ କମିସନ ରିପୋର୍ଟ ମିଳିନଥିବାରୁ ହାଇକୋର୍ଟ ବେଞ୍ଚ ନେଇ ମତ ଦିଆଯାଇ ପାରୁ ନାହିଁ। କେଉଁ ଜିଲ୍ଲାରୁ କେତେ ମାମଲା ଆସୁଛି ଏ ନେଇ କୋର୍ଟ ତଥ୍ୟ ସଂଗ୍ରହ କରୁଛି। ଏହା ମିଳିବା ପରେ ହାଇକୋର୍ଟ ବେଞ୍ଚ ନେଇ ମତ ଦିଆଯିବ।

୩ ମାସ ମଧ୍ୟରେ ହାଇକୋର୍ଟ ରିପୋର୍ଟ ଦେବ ବୋଲି ତତକାଳୀନ ବିଚାରପତି କହିଥିଲେ। ୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ହାଇକୋର୍ଟ ରିପୋର୍ଟ ଦେଇ ନାହାନ୍ତି। ଅନ୍ୟଦିଗରେ ଝାରସୁଗୁଡ଼ା ବିଧାୟକ ଶ୍ରୀ ଦାସ କହିଛନ୍ତି, ୨୦୦୭ ମସିହାର ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ଅନୁସାରେ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ କରୁ। ଏହି ଅନୁସାରେ ବିଚାରପତି ଯଥାଶିଘ୍ର ତାଙ୍କ ରିପୋର୍ଟ ଦେବା ପାଇଁ ଅନୁରୋଧ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସହିତ ଖୁବ ଶିଘ୍ର ସେମାନେ ଭେଟିବେ ବୋଲି କହିଛନ୍ତି।

By amfnews

Related Post