Thu. Jul 2nd, 2026

ରାଜ୍ୟପାଳଙ୍କ କଳାହାଣ୍ଡି ଗସ୍ତ

331 Views

ଭବାନୀପାଟଣା, ଡିସେମ୍ବର ୨୮ : ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଦିନ ତମାମ ମାରାଥନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟପାଳ କେସିଙ୍ଗା ବ୍ଲକ ତୁଣ୍ଡଲା ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା‌ କରିଥିଲେ। ପରେ ପଞ୍ଚାୟତ ଅଫିସକୁ ପରିଦର୍ଶନରେ ଯାଇ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ।

ନର୍ଲା ବ୍ଲକସ୍ଥିତ ମୁସ୍କୁଟି ମିଳିତ ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ନୂତନ ସ୍କୁଲ ଗୃହ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଅନ୍ତର୍ନିହିତ ଶକ୍ତିର ବିକାଶ ପାଇଁ ଶିକ୍ଷକ ସମାଜ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ। ମଦନପୁର ରାମପୁର ନିକଟ ମଟୋଗଣ୍ଡା ଠାରେ ସ୍ବାମୀ ବିବେକାନନ୍ଦ ବିଦ୍ୟାପୀଠ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଭବାନୀପାଟଣା ପହଞ୍ଚି ମାଣିକେଶ୍ବରୀ ହାଇସ୍କୁଲର ସୂବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ।

By amfnews

Related Post