Sun. Sep 27th, 2026

୨୬ ସୁଦ୍ଧା ‘କାଳିଆ’ ପ୍ରଥମ ପର୍ଯ୍ୟାୟ ବଣ୍ଟନ: ମନ୍ତ୍ରୀ

329 Views

ଭୁବନେଶ୍ବର, ଜାନୁଆରୀ ୧୩   : କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସରକାରଙ୍କ କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟ ଆର୍ଥିକ ସହାୟତା ବଣ୍ଟନ ଚଳିତମାସ ୨୬ ତାରିଖ ସୁଦ୍ଧା ହେବ। ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ଏହି ସୂଚନା ଦେଇଛନ୍ତ। ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୦ ହଜାର ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଡିବିଟି ଜରିଆରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରଣ କରାଯିବ। ପରବର୍ତ୍ତୀ ଅବସ୍ଥାରେ ଚାଷୀଙ୍କଠୁ ଗ୍ରହଣ ହୋଇଥିବା ଗ୍ରିନ ଫର୍ମ ଯାଞ୍ଚ କରି ଚିହ୍ନଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଦ୍ବିତୀୟ ପର୍ଯ୍ୟାୟ ଆର୍ଥିକ ସହାୟତା ବଣ୍ଟନ ପାଇଁ ନିଷ୍ପତ୍ତି ନିଆଯିବ।

By amfnews

Related Post