Fri. May 22nd, 2026

RMC ସିଇଓଙ୍କୁ କଂଗ୍ରେସର ସ୍ମାରକପତ୍ର

243 Views

ରାଉରକେଲା, ଜାନୁଆରୀ ୧୩   : ରାଉରକେଲା ଜିଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ମହାନଗର ନିଗମ ଆୟୁକ୍ତ ରଶ୍ମିତା ପଣ୍ଡାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗତ ୨୯ ତାରିଖ ଦିନ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ବିଭିନ୍ନ ଦାବି କରାଯାଇଥିବା ଜନସାଧାରଣଙ୍କ ମୌଳିକ ସୁବିଧା ସମ୍ପର୍କରେ ମନେ ପକାଇ ଦେବା ନିମନ୍ତେ ପୁନର୍ବାର ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟତଃ ସହରର ବିଭିନ୍ନ ଅଞ୍ଚଳରୁ ଆଦାୟ କରାଯାଉଥିବା ହୋଲ୍ଡିଂ ଟ୍ୟାକ୍ସ ବିଭିନ୍ନ କିସମର ହୋଇଥିବାରୁ ଏନେଇ ଅଭିଯୋଗ କରାଯାଇଥିଲା ।

ଶ୍ରୀମତୀ ପଣ୍ଡା କହିଲେ ଯେ, ଖୁବ୍ଶୀଘ୍ର ଏହାର ସମାଧାନ କରାଯିବ । ଏପରିକି ୱାର୍ଡଭିତ୍ତିକ ଜନଶୁଣାଣି କରି ସମସ୍ତଙ୍କ ଅଭିଯୋଗ ଶୁଣାଯିବ । ସରକାରୀ ଡାକ୍ତରଖାନାକୁ ଜିଲାର ମାନ୍ୟତା ନେଇ ଏହାର ଆଧୁନିକୀକରଣ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଜିଲା ସଭାପତି ରବି ରାୟ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ଉପସଭାପତି ଅଜିତ ସାମଲ ଓ କୀର୍ତ୍ତନ ଦାସ ପ୍ରମୁଖ ଅଭିଯୋଗ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଜେ.ଏନ୍. କୁମାର, ସୋମନାଥ ପଣ୍ଡା, ବାସୁ ବାନାର୍ଜୀ, ଦୁଃଶା ନାଏକ, ମାନୁ ସାମଲ, ଭାସ୍କର ଖିଲାର, ପ୍ରବୋଧ ଦାସ, ପ୍ରଦୀପ ବେହେରା, ବିନୋଦ ରାଉତ, ଇଜାଜ ଅଖତର, ରମେଶ ଗୁପ୍ତା, ପୁରୁଷୋତ୍ତମ ପାତ୍ର, ଶିବୁ ସାହୁ, ଆୟୁବ ଖାଁ, ଗୀତା ସିଂ, ପୂର୍ଣ୍ଣିମା ମୁଖୀ, ସନ୍ତୋଷ ତନ୍ତୀ, ଅରୁଣ ଜୟପୁରିଆ, ରିତେଶ ଦେହୁତୀ, ଆଶିଷ ଲାକ୍ରା, ଶିବୁ ଦୀପ, ସନ୍ଦୀପନ ମହାପାତ୍ର, ସାହାବୁଦ୍ଦିନ, ଶେଖ ଫିରଦୋସ ଓ ମଧୁସୂଦନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post