Sun. Oct 4th, 2026
427 Views

ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଫରିଦାବାଦରେ ରହୁଥିବା ଏହି ଠକର ନାଆଁ ହେଲା ରାଜେନ୍ଦ୍ର କୁମାର ତ୍ରିପାଠୀ। ସେ ଦିଲ୍ଲୀର ନେହେରୁ ପ୍ଲେସ୍‌ରେ ଏକ ଟ୍ରଷ୍ଟର କାର୍ଯ୍ୟାଳୟ ଖୋଲିଥିଲା। ଟ୍ରଷ୍ଟର ନାଆଁ ହେଲା ନେସନାଲ୍‌ ହାଉସିଂ ଡେଭଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌। ସେ ନିଜର ଏକ ଓ୍ଵବ୍‌ସାଇଟ୍‌ ଖୋଲି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଇ ଗରିବ ଲୋକଙ୍କୁ ଜାଲି ଆବାସ ଯୋଜନା ନାଆଁରେ ଠକିବା ଆରମ୍ଭ କରିଥିଲା।

ଖାଲି ସେତିକି ନୁହେଁ ସେ ରାଷ୍ଟ୍ରୀୟ ଆବାସ ଦିବସର ବିଜ୍ଞାପନର ଟେଣ୍ଡର ଦେବା ଆଳରେ ବି ଚାରିଟି କଂପାନିଠାରୁ ଏକ କୋଟି ଟଙ୍କା ଠକିଛି। ରାଜେନ୍ଦ୍ର ଗୋଟିଏ ଜାଗାରେ ଠକିବାପରେ ଅନ୍ୟତ୍ର ଚାଲିଯାଏ। ଆଗରୁ ସେ ଏଲ୍‌ ଆଇସି ନାଆଁରେ ମଧ୍ୟ ଏନଜିଓ ଖୋଲି ଲୋକଙ୍କୁ ଠକୁଥିଲା। ପୁଲିସ ରାଜେନ୍ଦ୍ରକୁ ଗିରଫ କରି ତା’ ବିରୋଧରେ ମାମଲା ରୁଜୁ କରିଥିବା ଜଣାଯାଇଛି।

By amfnews

Related Post