Sun. Oct 4th, 2026

‘ଡିଜେ ଗୀତରେ ନାଚର ଫଟୋ ଉଠାଉଥିବାବେଳେ ଫଟୋଗ୍ରାଫରର ମୃତ୍ୟୁ

332 Views

ନୂଆଦିଲ୍ଲୀ: ପଞ୍ଜାବର ଏକ ଗାଆଁରେ ଶୁକ୍ରବାର ବାହାଘର ହେବାର ଥିଲା। ଗୁରୁବାର ଦିନ ବାହାଘରର ଏକ ପ୍ରଥା ‘ଜାଗୋ’ର ଆୟୋଜନ କରାଯାଇଥିଲା। ଡିଜେ ନାଇଟ୍‌ ଚାଲିଥିଲା। ଗୀତରେ ବରର ଘର ଲୋକେ ଓ ସଂପର୍କୀୟମାନେ ନାଚୁଥିଲେ। ଏହି ଦୃଶ୍ୟକୁ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ ଉତ୍ତୋଳନ କରୁଥିଲେ। ସେହି ସମୟରେ ହଠାତ୍‌ ଗୁଳି ଚାଲିଲା ଓ ଘଟଣା ସ୍ଥଳରେ ଫଟୋଗ୍ରାଫରର ମୃତ୍ୟୁ ଘଟିଲା।

କନ୍ୟାର ଭାଇ ଗୁଳି ଚଳାଇଥିଲା। ଏହି ଗୁଳିକାଣ୍ଡ ପରେ କନ୍ୟାଘର ପରିବାର ଫେରାର୍‌ ହୋଇଯାଇଛନ୍ତି। ପଞ୍ଜାବର ହୋସିଆରପୁର ଜିଲ୍ଲାର ହରଦୋଥଲା ଗ୍ରାମରେ ଏଭଳି ଘଟଣା ଘଟିଛି।

ମୃତ ଫଟୋଗ୍ରାଫରର ନାଆଁ ଜସପାଲ୍‌ ସିଂହ। ସେ ମନସୁରପୁରର ବାସିନ୍ଦା। ତାକୁ ବାହାଘରର ଫଟୋ ଉଠାଇବା ଲାଗି ଦାୟିତ୍ୱ ଦିଆଯାଇଥିଲା। ଏଣୁ ସେ ତା’ର ବନ୍ଧୁ ଅତୁଲ ଏହି ବାହାଘରରେ ଗତ ଚାରି ଦିନ ହେଲା ଫଟୋ ଉଠା କାମ କରି ଆସୁଥିଲେ। ଜସପାଲ ଦେହରେ ଗୁଳି ବାଜିବାମାତ୍ରେ ତାକୁ ହସ୍ପିଟାଲକୁ ନିଆଯାଇଥିଲା,ଯେଉଁଠାରେ ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ। ଆଜି (ଶୁକ୍ରବାର)ସକାଳେ ବାହାଘର ହେବାର ନିର୍ଦ୍ଧାରିତ ହୋଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି। ଫେରାର୍‌ ପରିବାରକୁ ଖୋଜିବା ଲାଗି ବି ପୁଲିସ ପ୍ରୟାସ କରିଥିବା ଜଣାଯାଇଛି।

By amfnews

Related Post