Thu. Aug 13th, 2026

୧୬ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

296 Views

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଢେଙ୍କାସିନ୍ଧବା ମୌଜାର ୮୩ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ପୋଡ଼ି ନଷ୍ଟ କରି ଦିଆଯାଇଛି। ପୁଲିସ ଓ ଅବକାରୀ ବିଭାଗ ମିଳିତ ଚଢଉ କରି ଏହି ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି। ଏହାର ଅନୁମାନିକ ମୂଲ୍ୟ ୧୬ କୋଟି ଟଙ୍କା ହେବ।

ତେବେ ଆଗକୁ ଏହି ଅଭିଯାନ ଚାଲୁ ରହିବ ବୋଲି ଆର.ଉଦୟଗିରି ଏସଡିପିଓ କହିଛନ୍ତି। ଏହି ଅଭିଯାନରେ ଆର.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି, ଥାନା ଅଧିକାରୀ ସୁଜିତ କୁମାର ନାୟକ, ଅବକାରୀ ଇନ୍ସପେକ୍ଟର ପଦ୍ମ ଚରଣ ସାହୁଙ୍କ ସମେତ ଥାନା କର୍ମଚାରୀ ଓ ଅବକାରୀ ବିଭାଗ ପ୍ରମୁଖ ସାମିଲ ହୋଇଥିଲେ।

By amfnews

Related Post