Thu. Jun 11th, 2026

କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ

215 Views

ଅନୁଗୋଳ : ଅନୁଗୋଳ ଜିଲ୍ଲା  ତାଳଚେରରେ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣ ପୂଜା ଭସାଣି ଉତ୍ସବ ବେଳେ କମେଣ୍ଟ ମରାକୁ ନେଇ ପାଟଣା ସାହି ଓ ଭୈରବୀ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ପାଟଣା ସାହିର ଦୁଇ ଜଣ ଯୁବକ ଆହତ ହୋଇଛନ୍ତି।

ଗତକାଲି ବଡଦାଣ୍ଡ ସାହି ମେଳଣ ପଡ଼ିଆରୁ ମେଢ଼ ଗୁଡ଼ିକ ବିସର୍ଜନ ପାଇଁ ବ୍ରାହ୍ମଣୀ ନଦୀ ନିକଟରେ ଥିବା ଅସ୍ଥାୟୀ ଜଳାଶୟକୁ ଶୋଭାଯାତ୍ରାରେ ଯାଉଥିବା ସମୟରେ କମେଣ୍ଟ ମରାକୁ ନେଇ ପାଟଣା ସାହି ଓ ଭୈରବୀ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷ ଢେଲାପଥର ମାଡ଼ କରିବା ଫଳରେ ଲୋକେ ଭୟଭୀତ ହେବା ସହ ପଥର ମାଡ଼ରେ ବ୍ୟାପକ ଗାଡ଼ି ଓ ଘର କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଏନେଇ ପାଟଣା ସାହିର ଯୁବକମାନେ ତାଳଚେର ଥାନାରେ ଅଭିଯୋଗ କରିଛନ୍ତି।

By amfnews

Related Post