Sun. Sep 6th, 2026

୧କୋଟି ଟଙ୍କା ମୂଲ୍ୟର ସୁନା ,ହୀରା ଅଳଙ୍କାର ଚୋରି କରି ଗହଣା ଦୋକାନ କର୍ମଚାରୀ ଗିରଫ

281 Views

ହାଇଦ୍ରାବାଦ: ଏକ ଗହଣା ଦୋକାନରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ କଳା କାରନାମା ଏବେ ଜଣାପଡ଼ିଛି। ପୁଲିସ ଏହି କର୍ମଚାରୀଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୩ କେଜି ଓଜନର ସୁନା ଗହଣା ଓ ୨୦ କ୍ୟାରେଟ୍‌ ହୀରା ସମେତ ମୋଟ୍‌ ୧ କୋଟି ଟଙ୍କାର ଅଳଙ୍କାର ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଜାନୁଆରି ୨୬ ତାରିଖ ଦିନ ହାଇଦ୍ରାବାଦର ବଞ୍ଜାରା ହିଲ୍ସ ଥାନା ପୁଲିସ ନିକଟରେ ରିସୁନ୍‌ ଜୁଏଲାରି ନାମକ ଏକ ଗହଣା ଦୋକାନ ମାଲିକ ଅଭିଯୋଗ କରିଥିଲେ ଯେ ଫେକ୍‌ ବିଲ୍‌ ଜରିଆରେ ତାଙ୍କ ଦୋକାନରୁ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ଗହଣା ଚୋରି ହୋଇଛି। ଅଭିଯୋଗ ଭିତ୍ତିରେ ପୁଲିସ ଗହଣା ଦୋକାନର ଜଣେ କର୍ମଚାରୀ ଜି ବିବେକ ଜୈନ(୨୯)ଙ୍କୁ ଗିରଫ କରି ତାଙ୍କ ଠାରୁ ଏହି ସମସ୍ତ ଅଳଙ୍କାର ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ବିବେକ ରିିସୁନ ଜୁଏଲାରିରେ ଜଣେ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟ କରନ୍ତି। ସେ ଗହଣା ଦୋକାନମାଲଇକଙ୍କ ବିଶ୍ୱାସଭାଜନ ହେବା ପରେ ତାଙ୍କ ଉପରେ ଅନ୍ୟ ଶୋ ରୁମ୍‌କୁ ଅଳଙ୍କାର ସ୍ଥାନାନ୍ତର ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ତେବେ ବିବେକ ଭାବିଥିଲା ଯେ ମାଲିକ ଅନ୍ୟ ଶୋରୁମ୍‌ର ଷ୍ଟକ ଯାଞ୍ଚ କରୁ ନାହାଁନ୍ତି। ମାତ୍ର ରିସୁନ ଜୁଏଳାରି ମାଲିକ ଫେକ୍‌ ବିଲ୍‌ ଯାଞ୍ଚ କରି ଅଳଙ୍କାର ଚୋରି ଧରିବା ପରେ ଏ ନେଇ ପୁଲିିସ ନିକଟରେ ଅଭିଯୋଗ କରିଥିଲେ।

 

By amfnews

Related Post