Sun. Aug 16th, 2026

ପ୍ରଥମ ଥର ପାଇଁ ଖଳନାୟକ ବନିବେ ସନ୍ନି ଦେଓଲ୍‌ !

383 Views

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ୍‌ ଏବେ ନିଜ ପୁଅ କରଣଙ୍କୁ ଲଞ୍ଚ୍‌ କରିବା ଲାଗି ଫିଲ୍ମ ‘ପଲପଲ୍‌ ଦିଲ୍‌କେ ପାଶ୍‌’ର କାମରେ ବ୍ୟସ୍ତ ଅଛନ୍ତି। ଏହା ଭିତରେ ତାଙ୍କୁ ଫୁରସତ୍‌ ମିଳିବା ମାତ୍ରେ ସନ୍ନି ଦେଓଲ ନିର୍ଦ୍ଦେଶକ ମାନଙ୍କ ଠାରୁ ନୂଆ ନୂଆ ସ୍କ୍ରିପ୍ଟ ବି ଶୁଣୁଛନ୍ତି। ଏହି ନିର୍ଦ୍ଦେଶକମାନଙ୍କ ଭିତରୁ ଜଣେ ହେଲେ ଅନୀସ ବଜମୀ।
ନିର୍ଦ୍ଦେଶକ ଅନୀସ ବଜମୀ ନିଜ ୨୪ ବର୍ଷର କ୍ୟାରିଅର୍‌ ଭିତରେ ପ୍ୟାର ତୋ ହୋନା ହି ଥା,ଓ୍ଵଲକମ୍‌,ଓ୍ଵଲକମ୍‌ ବ୍ୟାକ୍‌,ସିଂହ ଇଜ୍‌ କିଙ୍ଗ୍‌,ରେଡି ଓ ମୁବାରକାଁ ଭଳି ଫିଲ୍ମ ନିର୍ମାଣ କରିଛନ୍ତି। ଅନୀସ୍‌ ଏବେ ଅମିତାଭ ବଚ୍ଚନଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ଆଖେଁ’ର ସିକ୍ୱେଲ୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ସିନେମାର ଟାଇଟଲ୍‌ ହେଲା ‘ଆଖେଁ-୨’। ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବାକୁ ସନ୍ନି ଦେଓଲଙ୍କୁ ଅଫର୍‌ ଦେଇଥିଲେ ଅନୀସ ବଜମୀ। ମିଳିଥିବା ସୂଚନା ଅନୁଯାୟୀ ଏହା ହେଉଛି ଫିଲ୍ମର ମୁଖ୍ୟ ଖଳନାୟକ ଭୂମିକା। ଆହୁରି ମଧ୍ୟ କୁହାଯାଉଛି ସନ୍ନି ଦେଓଲ ଏଥିପାଇଁ ରାଜି ହୋଇଛନ୍ତି। ଆଗରୁ କେବେ ବି ନେଗେଟିଭ୍‌ ରୋଲ୍‌ କରି ନ ଥିବା ସନ୍ନି ଦେଓଲଙ୍କର ଏହା ହେବ ପ୍ରଥମ ଭିଲେନ୍‌ ରୋଲ୍‌। ଏଥିରେ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିବେ ବୋଲି ଜଣାଯାଇଛି।

By amfnews

Related Post