Thu. Aug 13th, 2026

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ

175 Views

ସମ୍ବଲପୁର : ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ହୀରାକୁଦ ଜଳଭଣ୍ଡାରରେ ଆଜିଠାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏଥିରେ ସମ୍ବଲପୁର ବନ ବିଭାଗର ୨୧ଟି ଟିମ୍ ସାମିଲ ହେଇଛନ୍ତି। ସମ୍ବଲପୁର ସମେତ ବରଗଡ଼ ଏବଂ ଝାରସୁଗୁଡ଼ାର କିଛି ଅଞ୍ଚଳରେ ମଧ୍ୟ ଏହି ଗଣନା ହେବ।
ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଗଣନା ଦିନ ପ୍ରାୟ ୧୧ଟା ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରରେ ପାଣି ଅଧିକ ଥିବାରୁ ପକ୍ଷୀ ସଂଖ୍ୟା କମିବାର ଆଶଙ୍କା କରାଯାଉଛି।

By amfnews

Related Post