Thu. Sep 3rd, 2026

୨୦ ଦିନରେ ବିଧାନସଭାରେ ହେବ ୱାଇଫାଇ ବ୍ୟବସ୍ଥା

252 Views

ଭୁବନେଶ୍ୱର : ଆଗାମୀ୨୦ ଦିନ ମଧ୍ୟରେ ପୂରା ବିଧାନସଭାକୁ ୱାଇଫାଇ କରାଯିବ। ବିଧାନସଭା ମଧ୍ୟରେ ସମସ୍ତ ଫାଇଲ୍ ଓ ଦସ୍ତାବିଜ୍  କାର୍ଯ୍ୟ ଏଣିକି ଅନଲାଇନ୍ ଯୋଗେ କରାଯିବ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ବିଧାନସଭାକୁ ୱାଇଫାଇ କରିବା ପାଇଁ ସମସ୍ତ ଯୋଜନା ସରିଛି। ଏହାସହ ଆଗାମୀ ଦିନରେ ବିଧାନସଭାକୁ ପେପର୍ ଲେସ୍ କରିବାକୁ ବି ଯୋଜନା କରାଯାଇଛି।

ସେହିପରି ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟାର ଆଲୋଚନା ପାଇଁ ବିଧାନସଭାରେ ନିର୍ମିତ ନୂତନ ହଲ୍‌ରେ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ଲଗାଯିବ। ଓଡ଼ିଶା ଷ୍ଟେଟ୍‌ ଓ୍ୱାଇଡ୍‌ ନେଟଓ୍ୱାର୍କର କର୍ମକର୍ତ୍ତାଙ୍କ ସହ ବାଚସ୍ପତିଙ୍କ ରିଭ୍ୟୁ ମିଟିଙ୍ଗରେ ଏହି ନିଷ୍ପତ୍ତି ହୋଇଛି।

By amfnews

Related Post