Tue. Sep 29th, 2026

ହାତୀଙ୍କୁ ରାସ୍ତା ଛାଡ଼ୁ ନାହାନ୍ତି ଚାଷୀ, ଚିନ୍ତାରେ ବନ ବିଭାଗ

257 Views

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମୁନି ୨୨ ଟିକିଆ ହାତୀପଲଙ୍କ ଉତ୍ପାତ। ଗତ ଅଗଷ୍ଟ ଓ ସେପ୍ଟେମ୍ୱର ମାସରେ ପାଖାପାଖି ୫୦ ଦିନ ଉତ୍ପାତ କରି ପଡ଼ୋଶୀ କେନ୍ଦୁଝର ଜିଲ୍ଲାକୁ ହାତୀପଲ ଚାଲି ଯାଇଥିଲେ। ହେଲେ ସପ୍ତାହେ ହେବ ପୁଣି ସେମାନେ କରଞ୍ଜିଆ ବନଖଣ୍ଡକୁ ଫେରିଛନ୍ତି।

ଏବେ ଧାନ ଅମଳ ସମୟ ହୋଇଥିବାରୁ ଲୋକେ ଜମି ଦେଇ ହାତୀପଲଙ୍କୁ ଯିବାକୁ ଦେଉ ନାହାନ୍ତି। କିଛି ସ୍ଥାନରେ ଲୋକେ ହାତୀଙ୍କୁ ଗୋଡ଼ାଇ ପିଟାପିଟି କରୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ହେଲେ ଭାଇରାଲ୍ ଭିଡିଓ ଭୁଲ୍ ବୋଲି ଗାଁ ଲୋକେ କହିଛନ୍ତି। ହାତୀ ଘଉଡ଼ାଇବା ନେଇ ବନ ବିଭାଗ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରୁ କିଛି ପିଲାଙ୍କୁ ଆଣିଛି, ସେହିମାନେ ହିଁ ହାତୀମାନଙ୍କୁ ପିଟାପିଟି କରୁଥିବା ଗାଁ ଲୋକେ କହିଛନ୍ତି।

ଅନ୍ୟପକ୍ଷରେ ଗାଁ ଲୋକେ ରାସ୍ତା ଛାଡ଼ୁ ନଥିବାରୁ ହାତୀପଲଙ୍କୁ ଘଉଡ଼ାଇବା ନେଇ ବନ ବିଭାଗ ଅସୁବିଧାର ସମ୍ମୁଖୀନ ହେଉଛି।  ଏନେଇ ବନ ବିଭାଗ ପୁଲିସର ସହାୟତା ମାଗିଛି। ବର୍ତ୍ତମାନ ହାତୀପଲ ଶିରୋମଣିପୁର ସଂରକ୍ଷିତ ଜଙ୍ଗଲରେ ଥିବା ଦୁଧିଆଣି ରେଞ୍ଜର ସୂଚନା ଦେଇଛନ୍ତି।

By amfnews

Related Post