Tue. Sep 29th, 2026

କ୍ରସର ମ୍ୟାନେଜରଙ୍କୁ ଗୁଳିମାଡ଼

260 Views

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ସିଲପଣ୍ଡିରେ ଥିବା ଏକ ପଥର କ୍ରସରରେ ଗୁଳିକାଣ୍ଡ ଘଟିଛି। ଏଥିରେ କ୍ରସର୍‌ ମ୍ୟାନେଜର ପ୍ରସାଦ ରାଓ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ୫ଟି ଗୁଳି ବାଜିଛି। ତାଙ୍କୁ ପୁଲିସ୍‌ ଓ କ୍ରସର କର୍ମଚାରୀମାନେ ସ୍ଥାନୀୟ ଆଶା କିରଣ ହସ୍ପିଟାଲକୁ ଆଣିଥଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା।

ସୂଚନା ଅନୁସାରେ, ପୂର୍ବରୁ କ୍ରସର ବନ୍ଦ କରିବାକୁ ମ୍ୟାନେଜର ପ୍ରସାଦ ରାଓଙ୍କୁ ଧମକ ମିଳୁଥିଲା। ହେଲେ ଗତକାଲି ରାତିରେ ପ୍ରସାଦ ରାଓ କ୍ରସର ନିକଟରେ ବସିଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଗୋଡକୁ ଗୁଳି କରି ଚାଲି ଯାଇଥିଲେ। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏହି ଘଟଣାରେ ନକ୍ସଲଙ୍କ ସମ୍ପୃକ୍ତି ରହିଛି କି ନାହିଁ, ତାହା ଜଣାପଡ଼ିନି।

By amfnews

Related Post