Sun. Oct 18th, 2026

ସ୍ବତନ୍ତ୍ର ପୋକସୋ ନ୍ୟାୟାଳୟ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ

323 Views

ନୂଆଦିଲ୍ଲୀ  : ପିଲାମାନଙ୍କ ବିରୁଦ୍ଧରେ ଆସୁଥିବା ଯୌନ ଅପରାଧ ସଂପର୍କୀତ ମାମଲାର ଶୀଘ୍ର ଶୁଣାଣି ଲାଗି ସ୍ୱତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ,ଯେଉଁ ଜିଲ୍ଲାରେ ଏଭଳି ଶତାଧିକ ମାମଲା ବିଚାରାଧୀନ ରହିଛି,ସେହି ଭଳି ପ୍ରତି ଜିଲ୍ଲାରେ ପୋକ୍‌ସୋ ଆଇନ୍‌ ବଳରେ ଏହି ସ୍ୱତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା କରାଯାଉ। ଆଗାମୀ ୬୦ ଦିନ ଭିତରେ ଏହି ସ୍ୱତନ୍ତ୍ର ନ୍ୟାୟାଳୟ କାର୍ଯ୍ୟକ୍ଷମ ହେବା ଦରକାର ବୋଲି ବି ଏଥିରେ କୁହାଯାଇଛି।

କେନ୍ଦ୍ର ସରକାର ଏଥିପାଇଁ ଜଜ୍‌ମାନଙ୍କ ନିଯୁକ୍ତି ,କର୍ମଚାରୀ ଓ ସ୍ୱତନ୍ତ୍ର ଓକିଲି ନିଯୁକ୍ତ କରିବାକୁ ମଧ୍ୟ ପାଣ୍ଠି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଆଗାମୀ ସେପ୍ଟେମ୍ବର ୨୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ବିଚାର କରାଯିବ।

ଆମିକସ୍‌ କ୍ୟୁରିଅସ୍ ଭି ଗିରି ଓ ସୁପ୍ରିମ କୋର୍ଟର ରେଜିଷ୍ଟ୍ରିଙ୍କ ଦ୍ୱାରା ଦର୍ଶାଯାଇଥିଲା ଯେ ଦେଶରେ ଏବେ ଏଭଳି ଦେଢ ଲକ୍ଷ ମାମଲା ବିଚାରାଧୀନ ଥିବା ବେଳେ ମାତ୍ର ୬୭୦ଟି ନ୍ୟାୟାଳୟ ଗଠିତ ହୋଇଛି। ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଏହି ନୂତନ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

By amfnews

Related Post