Sun. Sep 27th, 2026

ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ପୁଲିସ, ୨.୮୯ କୋଟି ଟଙ୍କା ଓ ୩୫୦ ଗ୍ରାମ ସୁନା ଅଳଙ୍କାର ସମେତ ବିଳାସମୟ ଚାରିଚକିଆ ଗାଡ଼ି ଜବତ କଲା

211 Views

ହାଇଦ୍ରାବାଦ : ହାଇଦ୍ରାବାଦ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ମହାରାଷ୍ଟ୍ରର ପୁଲିସ ସହ ମିଶି ହାଇଦ୍ରାବାଦ ପୁଲିସ ୭ ଜଣ ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ୨.୮୯ କୋଟି ଟଙ୍କା ଓ ୩୫୦ ଗ୍ରାମ ସୁନା ଅଳଙ୍କାର ସମେତ ବିଳାସମୟ ଚାରିଚକିଆ ଗାଡ଼ି ବି ଜବତ କରାଯାଇଥିବାର ସୂଚନା ମିଳିଛି ।

ଗିରଫ ହୋଇଥିବା ଡକାୟତମାନେ ହେଲେ ଭୋସଲେ ବିଶ୍ୱଜିତ ଚନ୍ଦ୍ରକାନ୍ତ, ମୟୁରେଶ ମନୋହର ପିସାଇ, ସୁଜାତା ରମେଶ ଘରେ, ଆକାଶ କୁମ୍ବଲେ, ସନି ଚୌହାନ, ଆକାଶଦୀପ ରାଠୋର ଓ ସୁନୀତା ଚନ୍ଦ୍ରକାନ୍ତ ଭୋସଲେ । ଏମାନେ ସମସ୍ତେ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାଯାଇଛି। ଏହି ଡକାୟତ ଗ୍ୟାଙ୍ଗ ଗତ ଜୁନ ମାସରେ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରୁ ଟଙ୍କା ଲୁଟ କରିଥିବାର ଅଭିଯୋଗ ଆସିଥିଲା ।

ଏ ସଂପର୍କରେ ଜଣେ ସୁନା ବ୍ୟବସାୟୀ ରାଜୁ ନାଗରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ଯେ ବନ୍ଧୁକ ମୁନରେ କେତେକ ଡକାୟତ ତାଙ୍କଠାରୁ ୩ କୋଟି ୬୭ ଲକ୍ଷ ୧୭ ହଜାର ୮୫୦ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ ।ଏହାପରେ ପୁଲିସ ପକ୍ଷରୁ ତନାଘନା କରାଯାଇଥିଲା। ଅବଶେଷରେ ସାଦନଗର ଥାନା ଅଂଚଳରୁ ଅଭିଯୁକ୍ତମାନେ ମହାରାଷ୍ଟ୍ରରୁ ଆସି ଲୁଟ କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ।

By amfnews

Related Post