Thu. Jun 4th, 2026

ସ୍ଥଳଭାଗ ନଛୁଉଁଣୁ ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକତେ’,କର୍ଣ୍ଣାଟକର ୭୩ ଗାଁ ପ୍ରଭାବିତ; ୪ ମୃତ

446 Views

କର୍ଣ୍ଣାଟକ,ମେ ୧୬ :

ବାତ୍ୟା ‘ତୌକତେ’ଏକ ଭୟଙ୍କର ଝଡ଼ର ରୂପ ନେବାର ସମ୍ଭାବନା ରହିଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି । ଏହାସହିତ “କୋଙ୍କଣ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ସମ୍ଭାବ୍ୟ ବାତ୍ୟା ପାଇଁ ଚେତାବନୀ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏହି ଘଟଣାର ନଜର ରଖିଛନ୍ତି।

ଏହି ଅଞ୍ଚଳରେ ବୃହତ ଆଶ୍ରୟସ୍ଥଳ ପ୍ରସ୍ତୁତ କରିବାକୁ ଆମେ ନିର୍ଦ୍ଦେଶ ଦେଇଛୁ ବୋଲି ମହାରାଷ୍ଟ୍ର ରିଲିଫ ଏବଂ ପୁନର୍ବାସ ମନ୍ତ୍ରୀ ବିଜୟ ୱାଡେଟିୱାର କହିଛନ୍ତି। କର୍ଣ୍ଣାଟକ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ ଚାରିଜଣ ଲୋକ ଏପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି ଏବଂ

୭୩ ଟି ଗାଁ ଘୂର୍ଣ୍ଣିବଳୟ ‘ତୌକତେ’ଦ୍ୱାରା ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକର ୬ ଟି ଜିଲ୍ଲା, ୩ ଟି ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ୩ ଟି ମାଲନାଡ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।

By amfnews

Related Post