Wed. May 15th, 2024

ବାହାଘର ପୂର୍ବରୁ ପରିବାର ଲୋକଙ୍କ କରାଯିବ କୋଭିଡ୍ ଟେଷ୍ଟ, ପଜିଟିଭ୍ ଆସିଲେ ମିଳିବନି ଅନୁମତି

By amfnews May 16, 2021 #Featured
160 Views

ଗଞ୍ଜାମ,ମେ ୧୬ :

 ଗତ ୨୪ ଘଣ୍ଟାରେ ନୂଆ ୧୧,୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୭୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୨୫୯ ଚିହ୍ନଟ ହୋଇଛନ୍ତି । ତେବେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ନୁଆ ନିୟମ ଆଣିଛନ୍ତି

ତାହା ହେଲା ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଆୟୋଜନ ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହେବ । କାହାର ରିପୋର୍ଟ ପଜିଟିଭ୍ ଆସିଲେ ବିବାହ ପାଇଁ ଅନୁମତି ମିଳିବ ନାହିଁ । ଏବେ ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ସାମିଲ ଅନୁମତି ଦିଆଯାଇଛି ।

ତାଠୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ । ସ୍ଥାନୀୟ ପ୍ରଶାସନ ପାଖରୁ ଅନୁମତି ଆଣିବା ବେଳେ କେଉଁମାନେ ବିବାହରେ ସାମିଲ ହେବେ ସେମାନଙ୍କ ତାଲିକା ଦେବେ ଆୟୋଜକ । ନିୟମର ଉଲ୍ଲଂଘନ କଲେ କଠୋର କାର‌୍ୟ୍ୟାନୁଷ୍ଠାନ ହେବ । ତେବେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଥିବା ସୁଚନା ମିଳିଛି ।

By amfnews

Related Post