Wed. Sep 9th, 2026

ସାମ୍ବାଦିକଙ୍କୁ ଆକ୍ରମଣ କରି ଆହତ କଲା ‘ସୁନ୍ଦରୀ’ ବାଘୁଣୀ

309 Views

ଅନୁଗୁଳ: ରବିବାର ସକାଳେ ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣ କରିବା ଯୋଗୁଁ ଜଣେ ସାମ୍ବାଦିକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସାତକୋଶିଆ ଅଞ୍ଚଳର ଟାଇଁଶି ଗ୍ରାମର ତ୍ରିନାଥ ସାହୁଙ୍କୁ ବାଘୁଣୀ ‘ସୁନ୍ଦରୀ’ ମାରିଥିବା ଖବର ମିଳିବା ପରେ ସକାଳ ପ୍ରାୟ ୯ଟା ବେଳେ ଜି ନ୍ୟୁଜ୍‌ର ରିପୋର୍ଟର୍‌ ରଘୁନାଥ ସାହୁ ଘଟନାସ୍ଥଳକୁ ଯାଇଥିଲେ। ପୁଲିସ ଫୋର୍ସ, ବନ ବିଭାଗ କର୍ମଚାରୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ସେ ପ୍ରାୟ ୧୦୦ ଫୁଟ୍‌ ଦୂରରୁ ସେଠାରେ ବୁଲାବୁଲି କରୁଥିବା ବାଘୁଣୀ ‘ସୁନ୍ଦରୀ’ର ଭିଡିଓ ସୁଟିଙ୍ଗ୍‌ କରୁଥିବା ବେଳେ ହଠାତ୍‌ ବାଘୁଣୀ ତାଙ୍କ ଉପରକୁ ଲମ୍ଫ ମାରିବାକୁ ଉଦ୍ୟତ ହୋଇଥିଲା। ଶ୍ରୀ ସାହୁ ବୁଲିପଡ଼ି ପଳାଇ ଆସୁଥିବା ବେଳେ ବାଘୁଣୀର ଥାବା ତାଙ୍କ ଜଙ୍ଘରେ ବାଜିବାରୁ ସେ ଲହୁଲୁହାଣ ହୋଇଥିଲେ।

ସମ୍ପ୍ରତି ସେ ଅନୁଗୁଳ ସଦର ଡାକ୍ତରଖାରେ ଚିକିତ୍ସାଧୀନ ଅଛନ୍ତି।

ବାଘୁଣୀ ‘ସୁନ୍ଦରୀ’ ମଧ୍ୟ ସେ ଅଞ୍ଚଳ ଛାଡ଼ି ଯାଉନାହିଁ। ମୃତ ତ୍ରିନାଥଙ୍କ ଶବ ବ୍ୟବଚ୍ଛେଦ କରାଯାଇ ନାହିଁ। ବିୟୋଗାନ୍ତ ଘଟନା ଯୋଗୁଁ ସେଠାକାର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

By amfnews

Related Post