Fri. Jul 3rd, 2026

ଅନୁଗୁଳ: ହାତୀ ହାବୁଡ଼ରେ ପଡ଼ି ଜଣେ ମୃତ

372 Views

ଅନୁଗୁଳ: ହାତୀ ଆକ୍ରମଣ କରିବାରୁ ତାଳଚେର ବ୍ଲକ୍‌ର ଗୁରୁଜାଙ୍ଗୁଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଙ୍ଗରକଟା ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ମୃତ ବ୍ୟକ୍ତି ହେଉଛନ୍ତି ୬୦ ବର୍ଷିୟ ବିକ୍ରମ ରାଉତ। ଗତକାଲି ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ବିକ୍ରମ କୌଣସି କାମରେ ଗ୍ରାମ ନିକଟ ବଣକୁ ଯାଇଥିବା ବେଳେ ସେଠାରେ ବୁଲାବୁଲି କରୁଥିବା ହାତୀ ପଲର କୌଣସି ଏକ ହାତୀ ତାଙ୍କୁ ଦଳିଚକଟି ମାରିଦେଇଛି।

ଆଜି ସକାଳେ ଗ୍ରାମବାସୀମାନେ ତାଙ୍କ ଶବ ପାଇଥିଲେ।

ଏହି ବିୟୋଗାନ୍ତ ଘଟନାର ପ୍ରତିବାଦରେ ସ୍ଥାନୀୟ ଲୋକେ ପୂର୍ବାହ୍ନ ୯ଟା ବେଳୁ ୫୫ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଖବର ପାଇ ସ୍ଥାନୀୟ ପ୍ରଶାସନ, ବନ ବିଭାଗ ଏବଂ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରାଉଛନ୍ତି।

ହାତୀପଲ ବାରମ୍ବାର ଜନବସତି ମଧ୍ୟକୁ ପଶି ଆସି ଧନଜୀବନ ନଷ୍ଟ କରୁଥିବାରୁ ଏହାର ସ୍ଥାୟୀ ପ୍ରତିକାର କରି ଲୋକେ ରାସ୍ତାରେ ଅଡ଼ି ବସିଛନ୍ତି। କିଛି ଦିନ ତଳେ ହାତୀ ପଲ ଗାଁ’ରେ ପଶି ପ୍ରାୟ ୨୫ ଜଣଙ୍କ ଘର ଭାଙ୍ଗିରୁଜି ପକାଇଥିଲେ।

By amfnews

Related Post